ବିବାଦରେ ଓଏମଜି-୨: ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍
Film OMG 2:ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର 'OMG 2'ର ଟିଜର ରିଲିଜ ହେବା ଦିନଠାରୁ ବିବାଦରେ ଛନ୍ଦି ହୋଇପଡିଛି । ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବା ଦିନଠାରୁ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଆଗାମୀ ଚଳଚ୍ଚିତ୍ର 'OMG 2'ର ରିଲିଜ୍ ଉପରେ ରୋକ ଲଗାଇଛନ୍ତି ସେନସର ବୋର୍ଡ । ଫିଲ୍ମକୁ ଆଉଥରେ ରିଭିଜନ୍ କମିଟି ନିକଟରେ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, 'OMG 2'ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ସହ ଫିଲ୍ମ ରିଲିଜ୍ କରିବାକୁ ସେନ୍ସର ବୋର୍ଡ ପ୍ରମାଣପତ୍ର ଦେବାକୁ ମନା କରିଦେଇଛି । ଏବଂ ଫିଲ୍ମ ସମୀକ୍ଷା କମିଟିକୁ ପଠାଯାଇଛି। ତେବେ ସେନ୍ସର ବୋର୍ଡର ଏହି ନିଷ୍ପତ୍ତି ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇନାହିଁ ।

ବାସ୍ତବରେ, ଟିଜରରେ ଏପରି ଅନେକ ଦୃଶ୍ୟ ଅଛି, ଯାହାକୁ ଦେଖି ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଲୋକେ । ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଭଗବାନ ଶିବଙ୍କୁ ଟ୍ରେନର ପାଣିରେ ଅଭିଷେକ କରାଯାଉଥିବାର ଦେଖିବା ପାଇଁ ମିଳୁଛି ଯାହା ଦେଖି ଲୋକେ ଫିଲ୍ମକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ସେହିପରି ଅନ୍ୟ ଏକ ଦୃଶ୍ୟରେ, 'ମହାଦେବ'ଙ୍କ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାର ଗଙ୍ଗାରେ ଛେପ ପକାଉଥିବାର ନଜର ଆସୁଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଚଳଚ୍ଚିତ୍ରଟି ହେଉଛି 'OMG'ର ଦ୍ୱିତୀୟ ଭାଗ । ଅକ୍ଷୟ କୁମାର ଏହି ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବା ।












Click it and Unblock the Notifications