୪ ବର୍ଷ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ କଲା ୧୦୦ କୋଟି ଟଙ୍କାର ବ୍ୟବସାୟ

Sky Force Box Office Collection: ଅକ୍ଷୟ କୁମାର ଏବଂ ବୀର ପାହାଡ଼ିଆଙ୍କ ଫିଲ୍ମ ସ୍କାଏ ଫୋର୍ସ ଥିଏଟରରେ ମୁକ୍ତିଲାଭ କରିବାର ୮ ଦିନ ବିତିଗଲାଣି । ଆଜି ଅକ୍ଷୟ କୁମାରଙ୍କ ପୁରା ଟିମ୍ ପାଇଁ ଏକ ବଡ଼ ଦିନ । କାରଣ ଗତ ୪ ବର୍ଷ ମଧ୍ୟରେ ଅକ୍ଷୟ କୁମାରଙ୍କ ମୁଖ୍ୟ ନାୟକ ଥିବା କୌଣସି ୧୦୦ କୋଟି ଟଙ୍କାର ଫିଲ୍ମ ନଥିଲା। ହେଲେ ସ୍କାଏ ଫୋର୍ସ ଆଜି ୧୦୦ କୋଟି ଟଙ୍କା ଅତିକ୍ରମ କରିଛି।

ଫିଲ୍ମ ନିର୍ମାତାଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ତଥ୍ୟ ଅନୁସାରେ, ଫିଲ୍ମଟି ପ୍ରଥମ ୪ ଦିନରେ ୮୧.୩୦ କୋଟି ଟଙ୍କା ରୋଜଗାର କରିଛି। ଏହି ସଂଖ୍ୟା ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ ୧୫.୩୦ କୋଟି ଟଙ୍କା, ଦ୍ୱିତୀୟ ଦିନରେ ୨୬.୩୦ କୋଟି ଟଙ୍କା, ତୃତୀୟ ଦିନରେ ୩୧.୬୦ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ୮.୧୦ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି ।

Akshay Kumar

ସ୍କାଏ ଫୋର୍ସ ପଞ୍ଚମ ଦିନରେ ୫.୭୫ କୋଟି ଟଙ୍କା, ଷଷ୍ଠ ଦିନରେ ୬ କୋଟି ଟଙ୍କା ଏବଂ ସପ୍ତମ ଦିନରେ ୫.୬୪ କୋଟି ଟଙ୍କା ରୋଜଗାର କରିଛି। ଆଜି ଅର୍ଥାତ୍ ୮ମ ଦିନରେ, ଫିଲ୍ମଟି ସକାଳ ୧୦:୪୦ ସୁଦ୍ଧା ୨.୭୫ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମର ମୋଟ କଲେକ୍ସନ ୧୦୧.୪୪ କୋଟି ଟଙ୍କାରେ ପହଞ୍ଚିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+