ଛତ୍ରପତି ଶିବାଜୀ ମହାରାଜଙ୍କ ଅବତାରରେ ଅକ୍ଷୟ, ଆରମ୍ଭ ହେଲା ଶୁଟିଂ

ଛତ୍ରପତି ଶିବାଜୀ ମହାରାଜଙ୍କ ଅବତାରରେ ଅକ୍ଷୟ, ଆରମ୍ଭ ହେଲା ଶୁଟିଂ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗମୀ ପ୍ରୋଜେକ୍ଟ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ଖିଲାଡି କୁମାର ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକ ଖାସ ଭିଡିଓ ପୋଷ୍ଟ କରିଛନ୍ତି । ଏହା ହେଉଛି ଅକ୍ଷୟ କୁମାରଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ମହେଶ ମାଞ୍ଜରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଚଳଚ୍ଚିତ୍ରର ନାମ ହେଉଛି 'Vedat Marathe Veer Daudle Saat' ଏଥିରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ ।

ନିଜ ଚଳଚ୍ଚିତ୍ର ଘୋଷଣା କରିବା ପାଇଁ ଅକ୍ଷୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ସାହାଯ୍ୟ ନେଇଛନ୍ତି । ସେ ଲେଖିଛନ୍ତି' ଆଜି ମୁଁ ମରାଠୀ ଚଳଚ୍ଚିତ୍ର 'Vedat Marathe Veer Daudle Saat'ର ଶୁଟିଂ ଆରମ୍ଭ କରୁଛି, ଯେଉଁଥିରେ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ପାଇଛି, ମୁଁ ତାଙ୍କ ଜୀବନରୁ ପ୍ରେରଣା ନେଇ ଏବଂ ମା' ଜିଜାବାଇଙ୍କ ଆଶୀର୍ବାଦ ନେଇ ପୂରା ଚେଷ୍ଟା କରିବି । ଆଶୀର୍ବାଦ କରିବେ'। 'Vedat Marathe Veer Daudle Saat'ମରାଠି କାଳର ନାଟକ । ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ।

Vedat Marathe Veer Daudle Saat

ମୁମ୍ବାଇରେ ଏକ ପ୍ରେସ ସମ୍ମିଳନିରେ ଅକ୍ଷୟ କୁମାର କହିଥିଲେ' ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବି, ରାଜ ଠାକରେଙ୍କ ପାଇଁ ମୁଁ ଏହି ଭୂମିକା ପାଇଲି, ସେ ମୋତେ କହିଲେ, 'ଆକାଶୟ ତୁମେ ଏହି ଭୂମିକା କରିବା ଉଚିତ୍', ଯାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହା ମୋ ଜୀବନର ଏକ ଅସ୍ମରଣୀୟ ମୂହୁର୍ତ୍ତ ଥିଲା । ଫିଲ୍ମର ନିର୍ମାତାଙ୍କ ଅନୁଯାୟୀ, ଏହି ଫିଲ୍ମଟି ୨୦୨୩ ଦୀପାବଳିରେ ରିଲିଜ୍ ହେବ । ମରାଠି ବ୍ୟତିତ ଏହା ହିନ୍ଦୀ, ତାମିଲ୍, ତେଲୁଗୁ, ଭାଷାରେ ରିଲିଜ୍ ହେବ । ଫିଲ୍ମରେ ଅକ୍ଷୟଙ୍କ ବ୍ୟତିତ ଜୟ ଦୁଧାନେ, ଉତ୍କର୍ଷ ଶିନ୍ଦେ, ବିଶାଲ ନିକନ, ବିରାଟ ମଡକେ, ହାର୍ଦ୍ଦିକ ଦୋଶୀ, ସତ୍ୟା, ନୱାବ ଖାନ, ଏବଂ ପ୍ରବୀଣ ତାରଣେ ପ୍ରମୁଖ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+