ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଶୁଟିଂ ବେଳେ ଆହତ ହେଲେ ଅକ୍ଷୟ କୁମାର

ମୁମ୍ବାଇ: ଆକ୍ସନ୍ ସିନ୍ ଶୁଟିଂ ବେଳେ ଆହତ ହେଲେ ବଲିଉଡର ଖିଲାଡି କୁମାର । ସବୁ ବେଳେ ନିଜ ଆକ୍ସନରେ ଦର୍ଶକଙ୍କୁ ଇମପ୍ରେସ କରୁଥିବା ସୁପରଷ୍ଟାର ଅକ୍ଷୟଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଖରାପ ଖବର । ସେ ବଲିଉଡର ସର୍ବୋତ୍ତମ ଆକ୍ସନ୍ ହିରୋମାନଙ୍କ ମଧ୍ୟରୁ ଜଣେ ହେଲେ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ର ସୁଟିଂ ସମୟରେ ଖିଲାଡି କୁମାରଙ୍କ ଆଣ୍ଠୁରେ ଆଘାତ ଲାଗିଛି ।
ବର୍ତ୍ତମାନ ସ୍କଟଲାଣ୍ତରେ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ର ଶୁଟିଂ ଚାଲିଛି । ଏହି ସମୟରେ ଅକ୍ଷୟ କୁମାର-ଟାଇଗର ସ୍ରର୍ଫଙ୍କ ସହ ଏକ ଆକ୍ସନ ସିନ ପାଇଁ ଶୁଟ୍ କରୁଥିଲେ ଯେଉଁ ସମୟରେ ତାଙ୍କୁ ଆଘାତ ଲାଗିଛି । ଖବର ଅନୁସାରେ ଖିଲାଡି କୁମାର ଫିଲ୍ମର ଅବଶିଷ୍ଟ ଅଂଶ ପାଇଁ ଶୁଟିଂ ଜାରି ରଖିଛନ୍ତି । ଆଣ୍ତୁରେ ବ୍ରାସ୍ ବାନ୍ଧି ଅଭିନେତା ଶୁଟିଂ କରୁଛନ୍ତି ବୋଲି ସୂଚନା ରହିଛି । ହେଲେ ବର୍ତ୍ତମାନ ଫିଲ୍ମର ଆକ୍ସନ୍ ଶୁଟିଂକୁ ବନ୍ଦ କରାଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅକ୍ଷୟ କୁମାର ନିଜ ଫିଲ୍ମର ପ୍ରାୟ ୯୫ ପ୍ରତିଶତ ଷ୍ଟଣ୍ଟ ନିଜେ କରିବାକୁ ପସନ୍ଦ କରନ୍ତି । ଏଥିପାଇଁ ତାକୁ ରିକ୍ସ ନେବାକୁ ମଧ୍ୟ ପଡିଥାଏ । 'ବଡେ ମିଆଁ ଛୋଟେ ମିଆଁ'ର ନିର୍ଦ୍ଦେଶନା ଦାଇତ୍ୱ ତୁଳାଉଛନ୍ତି ଆଲ୍ଲୀ ଆବାସ ଜାଫର ଯାହାଁଙ୍କୁ ଏହି ଫିଲ୍ମର ଅଭିନୟ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିବ । ଏହା ସହ ସୋନାକ୍ଷୀ ସିହ୍ନା, ଅକ୍ଷୟ କୁମାର, ପୃଥୀରାଜ ସୁକୁମାରଣ, ଟାଇଗର ସର୍ଫ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।












Click it and Unblock the Notifications