ରିସ୍କି ଷ୍ଟଣ୍ଟ କରୁଥିଲେ ଅକ୍ଷୟ କୁମାର, ଆଖିରେ ଲାଗିଲା ଆଘାତ
Akshay Kumar: ରିସ୍କି ଷ୍ଟଣ୍ଟ କରୁଥିଲେ ଅକ୍ଷୟ କୁମାର, ଆଖିରେ ଲାଗିଲା ଆଘାତ । ବର୍ତ୍ତମାନ ଅଭିନେତାଙ୍କ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାର ହାଉସଫୁଲ 5 ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ବେଳେ ହଠାତ୍ ଅଭିନେତାଙ୍କ ଆଖିରେ ଆଘାତ ଲାଗିଥିଲା। ଅକ୍ଷୟ କୁମାର ଏହି ଫିଲ୍ମର ଏକ ଷ୍ଟଣ୍ଟ ସିନର ସୁଟ୍ କରିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି ।

ରିପୋର୍ଟ ଅନୁଯାୟୀ, ଷ୍ଟଣ୍ଟ କରିବା ସମୟରେ ହଠାତ୍ ଏକ ବସ୍ତୁ ଅକ୍ଷୟ କୁମାରଙ୍କ ଆଖିରେ ଆଘାଚ ଲାଗିଥିଲା । ଆଘାତ ଲାଗିବା ପରେ ସଙ୍ଗେ ସଙ୍ଗେ ଏକ ଆଖି ଡାକ୍ତରଙ୍କୁ ଡକାଯାଇଥିଲା । ଚେକ୍ ଅପ ପରେ ଅଭିନେତାଙ୍କ ଆଖିରେ ପଡି ପକାଯିବା ସହ କିଛି ସମୟ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ଅବଶିଷ୍ଟ କାଷ୍ଟିଂ ସହିତ ସୁଟିଂ ଜାରି ରହିବ । ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ସେ ଶୀଘ୍ର ସୁଟିଂକୁ ଫେରିବା ନେଇ ସୂଚନା ରହିଛି ।












Click it and Unblock the Notifications