ରାଜୁ ଲୁକରେ ନଜର ଆସିଲେ ଅକ୍ଷୟ କୁମାର, ଭାଇରାଲ୍ ହେଲା 'ହେରା ଫେରି ୩' ପ୍ରଥମ ଫଟୋ
ରାଜୁ ଲୁକରେ ନଜର ଆସିଲେ ଅକ୍ଷୟ କୁମାର, ଭାଇରାଲ୍ ହେଲା 'ହେରା ଫେରି ୩' ପ୍ରଥମ ଫଟୋ ।

Hera Pheri 3: ବଲିଉଡ ଖିଲାଡି କୁମାର ଅକ୍ଷୟ କୁମାର ଚଳଚ୍ଚିତ୍ର 'ହେରା ଫେରି ୩'ର ସୁଟିଂ ଆରମ୍ଭ କରିଛନ୍ତି । ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ । ଏହି ତିନି ଷ୍ଟାରଙ୍କୁ ପୁଣି ଏକାଠି ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ତିନି ଷ୍ଟାରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ 'ହେରା ଫେରି ୩' ସେଟର ବୋଲି କୁହାଯାଉଛି । ସେଟରୁ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କର ଏହି ଫଟୋ ଲିକ୍ ହେବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଏହି ଫଟୋରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ କ୍ୟାମେରା ସାମ୍ନାରେ ଛିଡା ହୋଇଥିବାର ଦେଖିବା ପାଇଁ ମିଳୁଛି । ଏତ ଖାସ ସୂତ୍ରରରୁ ମିଳିଥିବା ସୂଚନା ଅନୁସାରେ ଏହି ଫଟୋ ଫିଲ୍ମର ପ୍ରମୋର ଯେଉଁଥି ପାଇଁ ଏହି ତିନି ଷ୍ଟାର ଏକାଠି ସୁଟିଂ କରିଛନ୍ତି । ଧଳା ସାର୍ଟ ଏବଂ ଧୋତିରେ ବାବୁରାଓ ଗଣପତ ରାଓ ଆପ୍ଟେଙ୍କ ଲୁକରେ ପାରେଶ ରାୱଲଙ୍କୁ ଦେଖିବାକୁ ମିଳିଛି
। ଏଥି ସହିତ ଅକ୍ଷୟ କୁମାର ଏକ ପ୍ରିଣ୍ଟେଡ୍ ସାର୍ଟରେ ନଜର ଆସୁଛନ୍ତି ତାଙ୍କର ଏହି ଲୁକ୍ ଗତ କିଛି ବର୍ଷ ହେଲା ଅନେକ ଲୋକପ୍ରିୟ ମିମ୍ସରେ ଦେଖିବା ପାଇଁ ମିଳୁଛି ସେହିପରି ସୁନୀଲ ଶେଟ୍ଟୀ ଶ୍ୟାମ ଲୁକରେ ଏକ ଡାର୍କ କଲର ସାର୍ଟରେ ନଜର ଆସୁଛନ୍ତି ।
କେବେ ଆରମ୍ଭ ହେବ ଫିଲ୍ମର ସୁଟିଂ
ରିପୋର୍ଟ ଅନୁଯାୟୀ, ଫିଲ୍ମର ସୁଟିଂ ୨୦୨୩ ମଧ୍ୟ ଭାଗରେ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରର ପ୍ରୋମୋ ପାଇଁ ମଙ୍ଗଳବାର ଦିନ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନିଲ୍ ସେଟ୍ଟି ସୁଟିଂ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଫରହାଦ୍ ସାମଜୀ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଅନ୍ୟ କଳାକରଙ୍କ ନାଁ ରିଭିଲ୍ କରାଯାଇ ନାହିଁ । ଏପରିକି ଫିଲ୍ମର ଅଫିସିଆଲ୍ ଘୋଷଣା ମଧ୍ୟ କରାଯାଇ ନାହିଁ ।
ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଫ୍ରାଞ୍ଚାଇଜର ପ୍ରଥମ ଚଳଚ୍ଚିତ୍ର ୨୦୦୦ ମସିହାରେ 'ହେରା ଫେରି' ମୁକ୍ତିଲାଭ କରିଥିଲା, ଯାହାକୁ ପ୍ରିୟଦର୍ଶନ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ହୋଇଥିଲା ଏବଂ ତା'ପରେ ୨୦୦୬ ମସିହାରେ ଏହାର ସିକ୍ୱେଲ୍ 'ଫିର ହେରା ଫେରି' ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବେଶ୍ ଅଧିକ ବ୍ୟବସାୟ କରିଥିଲା । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ 'ହେରା ଫେରି ୩' କୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications