ଅନଲାଇନ୍ ଲିକ୍ ହେଲା ଅକ୍ଷୟଙ୍କ ଫିଲ୍ମ 'ସେଲଫି', ଫିଲ୍ମର ଆୟ ପଡିଲା ଫିକା

ଅକ୍ଷୟ-ଇମ୍ରାନ ଷ୍ଟାରର ଫିଲ୍ମ ଫିଲ୍ମିଜିଲା, ତାମିଲରକସ୍, ଟେଲିଗ୍ରାମ, ମୋଭିରୁଲଜ ଏବଂ ଅନ୍ୟାନ୍ୟ ଟୋରେଣ୍ଟ ସାଇଟରେ ସମ୍ପୂର୍ଣ୍ଣ HD ପ୍ରିଣ୍ଟରେ ଅନଲାଇନରେ ଲିକ ହୋଇଛି ।

Selfiee Leaked

ମୁମ୍ବାଇ:ଆଜି ଅର୍ଥାତ୍ ୨୪ ଫେବ୍ରୁଆରୀରେ ଅକ୍ଷୟ କୁମାର ଏବଂ ଇମ୍ରାନ ହାଶମୀ ଅଭିନୀତ ଚଳଚ୍ଚିତ୍ର 'ସେଲଫି' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଥର ପାଇଁ ଏହି ଯୋଡିକୁ ପରଦାରେ ଏକାଠି ଦେଖିବାକୁ ମିଳିଛି ଏବଂ ଏହି ଯୋଡିକୁ ଏକାଠି ଦେଖିବା ପାଇଁ ଦର୍ଶକ ମଧ୍ୟ ବେଶ୍ ଉତ୍ସାହ ଅଛନ୍ତି । ଫିଲ୍ମ ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପାଇରେସିର ଶିକାର ହୋଇଛି ।

'ସେଲଫି'ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଲିକ୍ ହେବା କାରଣରୁ ବକ୍ସଅଫିସରେ ଏହାର ଆୟ ଉପରେ ପଡିଛି ପ୍ରଭାବ । ଅକ୍ଷୟ-ଇମ୍ରାନ ଷ୍ଟାରର ଫିଲ୍ମ ଫିଲ୍ମିଜିଲା, ତାମିଲରକସ୍, ଟେଲିଗ୍ରାମ, ମୋଭିରୁଲଜ ଏବଂ ଅନ୍ୟାନ୍ୟ ଟୋରେଣ୍ଟ ସାଇଟରେ ସମ୍ପୂର୍ଣ୍ଣ HD ପ୍ରିଣ୍ଟରେ ଅନଲାଇନରେ ଲିକ ହୋଇଛି । ଏହା ସହିତ 'ସେଲଫି' ରିଲିଜ୍ ହେବାର ଦିନ ହିଁ ପାଇରେସିର ଶିକାର ହୋଇଛି ।

ରାଜ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ସେଲଫି ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର 'ଡ୍ରାଇଭିଂ ଲାଇସେନ୍ସ'ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ବ୍ୟତୀତ ଡାଏନା ପେଣ୍ଟି ଏବଂ ନୁଶରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ସୁପରଷ୍ଟାର ଭୂମିକାରେ ନଜର ଆସୁଛନ୍ତି ଏବଂ ଇମ୍ରାନଙ୍କୁ ସୁପରଷ୍ଟାରଙ୍କ ପ୍ରଶଂସକଙ୍କ ଭୂମିକାରେ
ଦେଖିବା ପାଇଁ ମିଳୁଛି । ଯିଏ କି ଜଣେ ପୋଲିସ କର୍ମଚାରୀ ମଧ୍ୟ । ଦୁହିଁଙ୍କ ମଧ୍ୟରେ କିଛି ଘଟେ ଯାହା ସେମାନେ ପରସ୍ପର ଶତ୍ରୁ ପାଲଟିଯାଆନ୍ତି ।

ବର୍ତ୍ତମାନ ସମସ୍ତଙ୍କ ନଜର ଫିଲ୍ମ'ସେଲଫି'ର ଆୟ ଉପରେ ରହିଛି । କାରଣ ଏହା ଖିଲାଡି କୁମାରଙ୍କ ୨୦୨୩ର ପ୍ରଥମ ଚଳଚ୍ଚିତ୍ର । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ବର୍ଷ ଖିଲାଡି କୁମାରଙ୍କ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏଭଳି ପରିସ୍ଥିତିରେ ସେଲଫି ଠାରୁ ବହୁତ ଆଶା କରାଯାଉଛି । ଏବେ ଦେଖିବା ବାକି ରହିଲା ୨୦୨୩ରେ ଅକ୍ଷୟଙ୍କ ଯାଦୁ ଦର୍ଶକଙ୍କୁ ଇମପ୍ରେସ କରି ପାରୁଛି କି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+