ଫିଲ୍ମ 'ସେଲଫି'ର ଟ୍ରେଲର ହେଲା ରିଲିଜ୍, 'ବୟକଟ୍'କୁ ନେଇ ମତ ରଖିଲେ ଅକ୍ଷୟ କୁମାର
ଅକ୍ଷୟ କୁମାର ଏବଂ ଇମ୍ରାନ ହାଶମିଙ୍କ ଫିଲ୍ମ 'ସେଲଫି'ର ନୂଆ ଟିଜର ଏବଂ ଟ୍ରେଲର ରିଲିଜ ହୋଇଛି । ଏହି ଟିଜରରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଏବଂ ଚଳଚ୍ଚିତ୍ର ସମ୍ବନ୍ଧରେ ଚାଲିଥିବା ସୋସିଆଲ ମିଡିଆ ଟ୍ରେଣ୍ତକୁ ବିଷୟରେ ଆଲୋଚନା କରାଯାଇଛି ।

Selfie Trailer 2: ଅକ୍ଷୟ କୁମାର ଏବଂ ଇମ୍ରାନ ହାଶମିଙ୍କ ଫିଲ୍ମ 'ସେଲଫି'ର ନୂଆ ଟିଜର ଏବଂ ଟ୍ରେଲର ରିଲିଜ ହୋଇଛି । ଏହି ଟିଜରରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଏବଂ ଚଳଚ୍ଚିତ୍ର ସମ୍ବନ୍ଧରେ ଚାଲିଥିବା ସୋସିଆଲ ମିଡିଆ ଟ୍ରେଣ୍ତକୁ ବିଷୟରେ ଆଲୋଚନା କରାଯାଇଛି । ସେଲଫିର ନୂଆ ଟିଜରରେ ବଏକଟ୍ ଅଭିନେତା ଏବଂ ବୟକଟ୍ ବଲିଉଡ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଟିଜର ସେୟାର କରି ଅକ୍ଷୟ କୁମାର ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି । ଯାହାର ଝଲକ ଟ୍ରେଲରରେ ମଧ୍ୟ ଦେଖିବା ପାଇଁ ମିଳୁଛି ।
ସେଲଫିର ଏହି ନୂଆ ଟିଜରରେ ଟିଭିରେ ଏକ ରିପୋର୍ଟର ଅକ୍ଷୟ କୁମାରଙ୍କ ଚରିତ୍ର ବିଜୟକୁ ବୟକଚ୍ କରିବାକୁ କୁହାଯାଉଛି । ଫିଲ୍ମରେ ଅକ୍ଷୟ କୁମାର ଜଣେ ସୁପରଷ୍ଟାର ଭୂମିକାରେ ନଜର ଆସିବେ । ଏହି ଟିଜର ସେୟାର କରି ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ କ୍ୟାପସନରେ ଲେଖିଛନ୍ତି, ଯାହା ସହ୍ୟ କରୁଛୁ, ତାହା ହିଁ କହୁଛୁ ଫେବୃଆରୀ ୨୪ରେ ପ୍ରେକ୍ଷାଳୟରେ ସେଲଫି ଦେଖିବା ପାଇଁ ଯାଆନ୍ତୁ ।
ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଆଜିକା ତାରିଖରେ ସୋସିଆଲ ମିଡିଆରେ ଯାହା ଘଟୁଛି, ଫିଲ୍ମ କଳାକର ବା ବଲିଉଡକୁ ଯେଉଁ ପରି ଭାବେ ବହିଷ୍କାର କରିବା ପାଇଁ ଡିମାଣ୍ତ କରାଯାଉଛି ଏବଂ ଫିଲ୍ମକୁ ନେଇ ଯେପରି ବୟକଟ୍ ଟ୍ରେଣ୍ତ କରୁଛି ସେହି ପ୍ରସଙ୍ଗକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି ।
ଗତ କିଛି ଦିନ ହେଲା ଲୋକପ୍ରିୟ ତାରକା ଏବଂ ଚଳଚ୍ଚିତ୍ରକୁ ଲଗାତାର ବଏକଟ୍ କରାଯାଉଛି । ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ରକୁ ଏହାର ସାମ୍ନା କରିବା ପାଇଁ ପଡିଥିଲା । ଯେଉଁଥି ପାଇଁ ଫିଲ୍ମଟି ଭଲ ଆୟ ମଧ୍ୟ କରିପାରି ନଥିଲା । ଯଦିଓ ଚଳଚ୍ଚିତ୍ରର ଖରାପ ପ୍ରଦର୍ଶନ ପାଇଁ ବଏକଟ୍ ଏକମାତ୍ର କାରଣ ନୁହେଁ, ଏଥିରେ ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନ୍ ସ୍କ୍ରିପ୍ ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତ । ହେଲେ ବୟକଟକୁ ଏହାର ଏକ ମୁଖ୍ୟ କାରଣ ବୋଲି ମଧ୍ୟ କୁହାଯାଇ ପାରିବ ।
ଚଳଚ୍ଚିତ୍ରର ପ୍ରଥମ ଟ୍ରେଲର ଜଣେ ସାଧାରଣ ଲୋକ ଏବଂ ପ୍ରଶଂସକଙ୍କ ଦୃଷ୍ଟିରୁ ସିନ୍ ଦେଖିବା ପାଇଁ ମିଳିଥିଲା । ସେହିପରି ଦ୍ୱିତୀୟ ଟ୍ରେଲରରେ ଅକ୍ଷୟ କୁମାରଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ଦେଖିବା ପାଇଁ ମିଳୁଛି ଯେ ଫ୍ୟାନ୍ସ
କିପରି ଜଣେ ଷ୍ଟାର ପଛରେ ପାଗଳ ହୁଅନ୍ତି । ସୂଚନାଥାଉ ଯେ, ସେଲଫି ଫେବୃଆରୀ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications