ଏକାଠି ନଜର ଆସିଲେ ରାମ ଚରଣ-ଅକ୍ଷୟ କୁମାର, ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ
ଏକାଠି ନଜର ଆସିଲେ ରାମ ଚରଣ-ଅକ୍ଷୟ କୁମାର, ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ
ମୁମ୍ବାଇ: ଜଣେ ବଲିଉଡର ଖିଲାଡି କୁମାର ତ ଆଉ ଜଣେ ସାଉଥ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର । ଗୋଟିଏ ମଞ୍ଚରେ ଦେଖିବା ପାଇଁ ମିଳିଥିଲା ଦୁଇ ଦମଦାର କଳାକାରଙ୍କ ଜଲୱା । ଇଣ୍ଟନେଟରେ ଟ୍ରେଣ୍ତ୍ ହେଉଛି ଅକ୍ଷୟ-ରାମ ଚରଣଙ୍କ ଜବରଦସ୍ତ ଡ୍ୟାନ୍ସ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ 2022 ରେ, ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ରର ଏହି ଦୁଇ ତାରକାଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଯେଉଁଠି ଉଭୟ ଅକ୍ଷୟଙ୍କ ସୁପରହିଟ୍ ଫିଲ୍ମ 'ମୋହରା' ଲୋକପ୍ରିୟ ଗୀତ 'ତୁ ଚିଜ୍ ବଡି ହୈ ମସ୍ତ ମସ୍ତ'ରେ ଡ୍ୟାନ୍ସ କରିଥିଲେ ।
Mega Power 🌟 #RamCharan and versatile actor #AkshayKumar setting our feed on 🔥🔥 with their crazy dance moves 🤩🕺@AlwaysRamCharan @akshaykumar #TeluguFilmNagar pic.twitter.com/ql7YHpKFLU
— Telugu FilmNagar (@telugufilmnagar) November 13, 2022
ରାମ ଚରଣ-ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଭିଡିଓ
ଅକ୍ଷୟ କୁମାର ଏବଂ ରାମ ଚରଣଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଯୋଡିକୁ ବେଶ୍ ପସନ୍ଦ କରୁଛନ୍ତି । ଉଭୟ ଅକ୍ଷୟଙ୍କ ସୁପରହିଟ୍ ଫିଲ୍ମ 'ମୋହରା' ଲୋକପ୍ରିୟ ଗୀତ 'ତୁ ଚିଜ୍ ବଡି ହୈ ମସ୍ତ ମସ୍ତ'ରେ ଡ୍ୟାନ୍ସ କରିବା ସହ ଟଲିଉଡ ଗୀତରେ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ । ଯାହା ଦର୍ଶକଙ୍କୁ କରୁଛି ମତୁଆଲା । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଏବେ ରାମ ଚରଣ ଏବଂ ଅକ୍ଷୟ କୁମାରଙ୍କୁ ଗୋଟି ଫିଲ୍ମରେ ଏକାଠି ଦେଖିବା ପାଇଁ ଚାହୁଁଛନ୍ତି ।













Click it and Unblock the Notifications