ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସିନେ ପ୍ରଯୋଜକ

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସିନେ ପ୍ରଯୋଜକ

ଭୁବନେଶ୍ୱର: ଓଲିଉଡ କାଷ୍ଟିଂ କାଉଚ ମାମଲା ! ହାଇକୋର୍ଟର ଦ୍ୱାରସ୍ଥ ହେଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସିନେ ପ୍ରଯୋଜକ । ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗ ହୋଇଥିଲା ।

Akshay Parija

ସୂଚନା ଅନୁସାରେ, ବରିଷ୍ଠ ଫିଲ୍ମ ପ୍ରଯୋଜକ ତଥା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ମୁଖ୍ୟ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ଅଭିନେତ୍ରୀ କରାଇବା ଆଳରେ କରୁଥିଲେ ଯୌନ ଶୋଷଣ । ଜୋରଜବରଦସ୍ତ କରି ରଖୁଥିଲେ ଶାରୀରିକ ସମ୍ପର୍କ । ଅଶ୍ଳୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏପରିକି ଯୁବତୀଙ୍କ ବିବାହ ଠିକ୍ ହେବା ପରେ ତାଙ୍କୁ ଅଧିକ କଷ୍ଟ ଦେଉଥିଲେ । ଅନ୍ୟତ୍ର ବିବାହ କଲେ ଜୀବନରୁ ମାରିଦେବେ ବୋଲି ଦେଉଥିଲେ ଧମକ ।ସୋସିଆଲ ମିଡିଆରେ ଯୁବତୀଙ୍କ ସହ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କର କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ସେ କହିଛନ୍ତି ଯେ ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରାଯାଉଛି । ଏହାସହ ନୂଆପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ନିର୍ମାତା । ଯୁବତୀ ଜଣକ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅକ୍ଷୟ ପରିଜା ଏତଲା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+