ବଡ଼ ପରଦାରେ ଏକାଠି ଆସିବ 'ରାମ ସେତୁ'-'ଥ୍ୟାଙ୍କ୍ ଗଡ୍', ଅକ୍ଷୟ କହିଲେ କିଛି ଫରକ ପଡିବ ନାହିଁ !
'ରାମ ସେତୁ'-'ଥ୍ୟାଙ୍କ୍ ଗଡ୍' ହେବ ଏକାଠି ରିଲିଜ୍, ଅକ୍ଷୟ କହିଲେ କିଛି ଫରକ ପଡିବ ନାହିଁ !
ମୁମ୍ବାଇ: ବଲିଉଡ ଖିଲାଡି କୁମାରଙ୍କ ଫିଲ୍ମ 'ରାମ ସେତୁ' ଅକ୍ଟୋବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ 'ରାମ ସେତୁ'କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅକ୍ଷୟ କୁମାର । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି ଯେ ଫିଲ୍ମର ମୁକ୍ତିଲାଭ ମୋ ପାଇଁ ଏକ ପରୀକ୍ଷା ଭଳି । ଯେପରି ଆପଣ ମାନେ ପରୀକ୍ଷା ପାଇଁ ଅଧ୍ୟୟନ କରନ୍ତି ଏବଂ ତା'ପରେ ଫଳାଫଳକୁ ଅପେକ୍ଷା କରନ୍ତି, ସେହିଭଳି ମୁଁ ଫିଲ୍ମ ରିଲିଜକୁ ଅପେକ୍ଷା କରିଥାଏ ।

ଚଳଚ୍ଚିତ୍ର ପାଇଁ ସମ୍ପୂର୍ଣ୍ଣ ରିସର୍ଚ କରେ
ଫିଲ୍ମ ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ 'ରାମ ସେତୁ' ଭାରତୀୟ ଇତିହାସ ଏବଂ ସଂସ୍କୃତିର ଗର୍ବ। ଯେଉଁ କାହାଣୀକୁ ଦେଖାଇବାକୁ ଆମ ଫିଲ୍ମର ଟିମ୍ ଖୁବ ଗବେଷଣା କରିଛନ୍ତି । ଫିଲ୍ମରେ କେବଳ ଧର୍ମକୁ ନୁହେଁ ବରଂ ଭଗବାନ ଶ୍ରୀ ରାମଙ୍କ ସହ ଜଡିତ ସମସ୍ତ ମୂଲ୍ୟବୋଧକୁ ଫିଲ୍ମରେ ସଠିକ୍ ଭାବରେ ଦେଖାଯାଇଛି ।ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅକ୍ଷୟ କୁମାରଙ୍କ ଫିଲ୍ମ 'ରାମ ସେତୁ' ସହ ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର 'ଥ୍ୟାଙ୍କ୍ ଗଡ୍'ମଧ୍ୟ ରିଲିଜ୍ ଅପେକ୍ଷାରେ । ଯାହାକୁ ନେଇ ଅକ୍ଷୟ କୁମାର କହିଛନ୍ତି ଯେ ଦୁଇଟି ଫିଲ୍ମ ଏକାଠି ରିଲିଜ୍ ହେଲେ କିଛି ଫରକ ପଡ଼ିବ ନାହିଁ । ଏହି ଦୁଇଟି ଚଳଚ୍ଚିତ୍ରର କାହଣୀ ସମ୍ପୁର୍ଣ୍ଣ ଭିନ୍ନ । ଅତୀତରେ ଏପରି ଅନେକ ଥର ହୋଇସାରିଛି ଆଗକୁ ମଧ୍ୟ ଏପରି ଅନେକ ଥର ଘଟିବ । ତେବେ କେଉଁ ଫିଲ୍ମକୁ ଦର୍ଶକ ଦେଖିବେ ବା ଦୁଇଟି ଯାକ ଫିଲ୍ମ ଦେଖିବେ ତାହା ତାଙ୍କ ଉପରେ ନିର୍ଭର କରେ ।












Click it and Unblock the Notifications