ମୁଁ କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ :ଅକ୍ଷୟ କୁମାର

Akshay Kumar Old Statement: ବଲିଉଡ ଖେଳାଡି କୁମାର ଖୁବ ଶୀଘ୍ର ଆଗାମୀ ଫିଲ୍ମ 'OMG 2'ରେ ନଜକ ଆସିବେ । ଯେଉଁଥିରେ ତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । କିଛି ସମୟ ପୂର୍ବରୁ ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ।

ପୁଣି ଟ୍ରୋଲ ହେଲେ ଅକ୍ଷୟ କୁମାର
ପବିତ୍ର ଶ୍ରାବଣ ମାସରେ ଅକ୍ଷୟ କୁମାରଙ୍କ ଫିଲ୍ମ 'OMG 2'ଜୁଲାଇ 11ରେ ମୁକ୍ତିଲାଭ କରିବ । ଯେଉଁଥିରେ ଅଭିନେତା ମହାଦେବ ଭୂମିକାରେ ନଜର ଆସୁଛନ୍ତି । ଟିଜରରେ ଅଭିନେତାଙ୍କ ଏହି ଅବତାରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ହେଲେ ଏହାରି ମଧ୍ୟରେ ଅଭିନେତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥି ପାଇଁ ପୁଣି ଟ୍ରୋଲର ଶିକାର ହୋଇଛନ୍ତି ଅକ୍ଷୟ କୁମାର ।

ak

ଧର୍ମକୁ ନେଇ ବିବାଦୀୟ ବୟାନ
ଅକ୍ଷୟ କୁମାର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ 'ମୁଁ କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ । ମୁଁ କେବଳ ଜଣେ ଭାରତୀୟ, ମୋର ଚଳଚ୍ଚିତ୍ର ମଧ୍ୟ ସମାନ କଥା ଦେଖିବା ପାଇଁ ମିଳିଥାଏ । ଜଣେ ଭାରତୀୟ ହେବାର ଭାବନା ପାର୍ସୀ,ହିନ୍ଦୁ କିମ୍ବା ମୁସଲମାନ ମଧ୍ୟରେ ଫରକ ଦେଖା ନାହିଁ । ଅକ୍ଷୟ କୁମାର ସୂର୍ଯ୍ୟବସିଂ ରିଲିଜ୍ ସମୟରେ ଏକ ସାକ୍ଷାତକାର ଏପରି ବିବୃତି ଦେଇଥିଲେ ।

ଏହି ଦିନ ରିଲିଜ୍ ହେବ 'OMG 2'
ଅକ୍ଷୟ କୁମାର ଫିଲ୍ମ 2012 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଓଏମଜି'ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଏହି ଫିଲ୍ମର ପାର୍ଟ-2ରେ ଅଭିନେତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । ଅକ୍ଷୟ କୁମାରଙ୍କ ବ୍ୟତୀତ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ 11 ଅଗଷ୍ଟ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+