'ସରଫିରା'ରେ ନଜର ଆସିବେ ଅକ୍ଷୟ, ଜାଣନ୍ତୁ ଫିଲ୍ମ ରିଲିଜ ତାରିଖ
Sarfira First Look: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣି ଲୋକଙ୍କୁ ମନୋରଞ୍ଜନ କରିବା ହେଉଛନ୍ତି ପ୍ରସ୍ତୁତ । ଖବର ଅଛି ଯେ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଫିଲ୍ମ 'ସରଫିରା'ରେ ନଜର ଆସିବେ। ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ରାଧିକା ମଦନ ତାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଜାତୀୟ ପୁରସ୍କାର ବିଜେତା Sudha Kongara Prasad ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଟନ୍ତି।
ଅକ୍ଷୟ କୁମାରଙ୍କ ଏହି ଆଗାମୀ ଚଳଚ୍ଚିତ୍ର ତାମିଲ ଇଣ୍ଡଷ୍ଟ୍ରି ସୁପରଷ୍ଟାର ସୁରିଆଙ୍କ ବ୍ଲକବଷ୍ଟର ଫିଲ୍ମ 'ସୋରାରାଇ ପୋଟ୍ରୁ'ର ରିମେକ୍ ଅଟେ। ଏହି ଚଳଚ୍ଚିତ୍ର ପାଇଁ ସୁର୍ଯ୍ୟ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ଫିଲ୍ମ 'ସରଫିରା'ରେ ଅକ୍ଷୟ କୁମାରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳିବ ।

ସୂଚନା ଅନୁଯାୟୀ, ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ସରଫିରା' 12 ଜୁଲାଇ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନେଇ ଆଜି ଅର୍ଥାତ୍ 13 ଫେବୃଆରୀ 2024 ରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରରେ ସୀମା ବିଶ୍ୱ ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳବ ।
ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ସରଫିରା'ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି - ଯଦି ତୁନେ ବଡ ସ୍ୱପ୍ନ ଦେଖୁଛ ତେବେ ଅନ୍ୟମାନେ ତୁମକୁ ପାଗଳ ବୋଲି କୁହନ୍ତି! #ସରଫିରା ... 12 ଜୁଲାଇ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
ଏହି ଚଳଚ୍ଚିତ୍ରର କାହାଣୀ ଏକ ଷ୍ଟାର୍ଟଅପ୍ ଏବଂ ବିମାନ ଜଗତ ଉପରେ ଆଧାରିତ । 'ସରଫିରା' ସାଧାରଣ ଲୋକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇ ଥାଏ । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ 'ଉଡାନ' ନାଁରେ ହିନ୍ଦୀରେ ଉପଲବ୍ଧ ଅଛି ।












Click it and Unblock the Notifications