For Quick Alerts
Turn On Notification  
For Daily Alerts
Oneindia App Download

ଟ୍ୱିଙ୍କଲ ଖନ୍ନାଙ୍କ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ, ଜାଣନ୍ତୁ କାରଣ

ଟ୍ୱିଙ୍କଲ ଖନ୍ନାଙ୍କ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ, ଜାଣନ୍ତୁ କାରଣ

|

ମୁମ୍ବାଇ: ବି-ଟାଉନର ଗଳିରେ ଲୁଚି ରହିଛି ଅନେକ କାହାଣୀ । ପ୍ରତି ଷ୍ଟାରଙ୍କର ଗୁମର ଉପରେ ଢାଙ୍କି ହୋଇ ରହିଛି ରଙ୍ଗିନ ପରଦା । ୨୦୦୫ରେ ରିଲିଜ୍ ହୋଇଥିବା ଫିଲ୍ମ 'ବରସାତ'(Barsaat)ର କାହଣୀ, ଷ୍ଟାରକାଷ୍ଟ ତ ଆପଣଙ୍କର ମନେ ହିଁ ଥିବ । ତେବେ ଆଉ ଥରେ ମନେପକାଇଦେବା ପାଇଁ ଚାହିଁବୁ ଯେ ଏହି ସିନେମାରେ ବବି ଦେଓଲ, ପ୍ରିୟଙ୍କା ଚୋପ୍ରା ଏବଂ ବିପାଶା ବସୁଙ୍କୁ ଏହାଠି ଦେଖିବା ପାଇଁ ମିଳିଥିଲା । ହେଲେ ଖୁବ୍ କମ୍ ଲୋକ ହିଁ ଏହା ଜାଣିଥିବେ ଯେ ଏହି ଚଳଚ୍ଚିତ୍ର ପାଇଁ ବବି ଦେଓଲଙ୍କ ପୂର୍ବରୁ ଅକ୍ଷୟ କୁମାରଙ୍କୁ କାଷ୍ଟ କରାଯାଇଥିଲା । ହେଲେ ଟ୍ୱିଙ୍କଲ ଖାନ୍ନାଙ୍କ ପାଇଁ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମ ଛାଡିବା ପାଇଁ ପଡିଥିଲା । ଏପରିକି ଏହା ପରଠୁ ଖିଲାଡି କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଏକାଠି ଆଉ କୌଣସି ଫିଲ୍ମରେ ଦେଖିବା ପାଇଁ ମିଳିନାହିଁ । ଅନେକ ବର୍ଷ ପରେ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ଏହା ପଛର କାରଣ ପ୍ରକାଶ କରିଛନ୍ତି ।

Akshay kumar

କ'ଣ ପାଇଁ ଅକ୍ଷୟ କୁମାର ଛାଡିଲେ ଫିଲ୍ମ
ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅକ୍ଷୟ କୁମାର- ପ୍ରିୟଙ୍କା ଚୋପ୍ରାଙ୍କର ଏହି ଫିଲ୍ମ ପାଇଁ ଏକ ଗୀତର ଶୁଟିଂ ମଧ୍ୟ ସରିଥିଲା । ହେଲେ ପରେ ଅକ୍ଷୟ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଏହା ପରେ ବବି ଦେଓଲଙ୍କୁ ମୁଖ୍ୟ ମେଲ୍ ଆକ୍ଟର ଭାବେରେ କାଷ୍ଟ୍ କରାଯାଇଥିଲା ।

ବଲିଉଡ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ କହିଛନ୍ତି 'ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଯୋଡି ଖୁବ୍ ଭଲ ଥିଲା । ଉଭୟଙ୍କ କେମେଷ୍ଟ୍ରିକୁ ବେଶ୍ ପସନ୍ଦ କରୁଥିଲେ ଦର୍ଶକ । ସୁଟିଂ ହୋଇଥିବା ଗୀତଟି ମଧ୍ୟ ବହୁତ ଭଲ ହୋଇଥିଲା, କିନ୍ତୁ ଏହାପରେ ପ୍ରିୟଙ୍କା ଏକ ୱାଲର୍ଡ ଟୁର କରିବା ପାଇଁ ଯାଇଥିଲେ ଏବଂ ଫେରିବା ପରେ ସବୁ କିଛି ପରିବର୍ତ୍ତନ ହୋଇଯାଇଥିଲା । ପ୍ରିୟଙ୍କା-ଅକ୍ଷୟଙ୍କ ମଧ୍ୟରେ ସବୁ କିଛି ବଦଳିଯାଇଥିଲା ।

ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ପାଇଁ ପିସିଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ
ଚଳଚ୍ଚିତ୍ର ନିର୍ମାତା ଆହୁରି ପ୍ରକାଶ କରିଛନ୍ତି ଯେ, ପରେ ସେ ଜାଣିବାକୁ ପାଇଲେ ଯେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ପ୍ରିୟଙ୍କା- ଅକ୍ଷୟଙ୍କୁ ଏକାଠି କାମ କରିବାକୁ ନେଇ ଆପତ୍ତି ଜାହିର କରିଥିଲେ । ଏହା ପରେ ମୁଁ ଅକ୍ଷୟ କୁମାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ସମସ୍ୟା ବିଷୟରେ ଜାଣିବା ପାଇଁ ପାଇଥିଲି । ପ୍ରିୟଙ୍କା ଚୋପ୍ରା ଓ ଟ୍ୱିଙ୍କଲଙ୍କ ମଧ୍ୟରେ କିଛି ସମସ୍ୟା ରହିଥିଲା ।

୨୦୦୫ ପରେ ଏକାଠି ଫିଲ୍ମ କରି ନାହଁନ୍ତି ଅକ୍ଷୟ-ପ୍ରିୟଙ୍କା
ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା ୨୦୦୩ ରୁ ୨୦୦୫ ମଧ୍ୟରେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । 'ଅନ୍ଦାଜ୍', 'ମୁଝସେ ଶାଦି କରୋଗି' ଏବଂ 'ଏତରାଜ' ପରି ଚଳଚ୍ଚିତ୍ରରେ କାମ କରିଛନ୍ତି । ୨୦୦୫ ପରେ ଅକ୍ଷୟ ଏବଂ ପ୍ରିୟଙ୍କା କେବେ ଏକାଠି କାମ କରିନାହଁନ୍ତି । ହେଲେ ଉଭୟ ନିଜ କ୍ୟାରିଅରରେ ବେଶ୍ ସଫଳ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Akshay Kumar is not doing film with Priyanka Chopra for Twinkle Khanna, know the reason
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X