ଟ୍ୱିଙ୍କଲ ଖନ୍ନାଙ୍କ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ, ଜାଣନ୍ତୁ କାରଣ
ଟ୍ୱିଙ୍କଲ ଖନ୍ନାଙ୍କ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ, ଜାଣନ୍ତୁ କାରଣ
ମୁମ୍ବାଇ: ବି-ଟାଉନର ଗଳିରେ ଲୁଚି ରହିଛି ଅନେକ କାହାଣୀ । ପ୍ରତି ଷ୍ଟାରଙ୍କର ଗୁମର ଉପରେ ଢାଙ୍କି ହୋଇ ରହିଛି ରଙ୍ଗିନ ପରଦା । ୨୦୦୫ରେ ରିଲିଜ୍ ହୋଇଥିବା ଫିଲ୍ମ 'ବରସାତ'(Barsaat)ର କାହଣୀ, ଷ୍ଟାରକାଷ୍ଟ ତ ଆପଣଙ୍କର ମନେ ହିଁ ଥିବ । ତେବେ ଆଉ ଥରେ ମନେପକାଇଦେବା ପାଇଁ ଚାହିଁବୁ ଯେ ଏହି ସିନେମାରେ ବବି ଦେଓଲ, ପ୍ରିୟଙ୍କା ଚୋପ୍ରା ଏବଂ ବିପାଶା ବସୁଙ୍କୁ ଏହାଠି ଦେଖିବା ପାଇଁ ମିଳିଥିଲା । ହେଲେ ଖୁବ୍ କମ୍ ଲୋକ ହିଁ ଏହା ଜାଣିଥିବେ ଯେ ଏହି ଚଳଚ୍ଚିତ୍ର ପାଇଁ ବବି ଦେଓଲଙ୍କ ପୂର୍ବରୁ ଅକ୍ଷୟ କୁମାରଙ୍କୁ କାଷ୍ଟ କରାଯାଇଥିଲା । ହେଲେ ଟ୍ୱିଙ୍କଲ ଖାନ୍ନାଙ୍କ ପାଇଁ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମ ଛାଡିବା ପାଇଁ ପଡିଥିଲା । ଏପରିକି ଏହା ପରଠୁ ଖିଲାଡି କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଏକାଠି ଆଉ କୌଣସି ଫିଲ୍ମରେ ଦେଖିବା ପାଇଁ ମିଳିନାହିଁ । ଅନେକ ବର୍ଷ ପରେ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ଏହା ପଛର କାରଣ ପ୍ରକାଶ କରିଛନ୍ତି ।

କ'ଣ ପାଇଁ ଅକ୍ଷୟ କୁମାର ଛାଡିଲେ ଫିଲ୍ମ
ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅକ୍ଷୟ କୁମାର- ପ୍ରିୟଙ୍କା ଚୋପ୍ରାଙ୍କର ଏହି ଫିଲ୍ମ ପାଇଁ ଏକ ଗୀତର ଶୁଟିଂ ମଧ୍ୟ ସରିଥିଲା । ହେଲେ ପରେ ଅକ୍ଷୟ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଏହା ପରେ ବବି ଦେଓଲଙ୍କୁ ମୁଖ୍ୟ ମେଲ୍ ଆକ୍ଟର ଭାବେରେ କାଷ୍ଟ୍ କରାଯାଇଥିଲା ।
ବଲିଉଡ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ କହିଛନ୍ତି 'ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଯୋଡି ଖୁବ୍ ଭଲ ଥିଲା । ଉଭୟଙ୍କ କେମେଷ୍ଟ୍ରିକୁ ବେଶ୍ ପସନ୍ଦ କରୁଥିଲେ ଦର୍ଶକ । ସୁଟିଂ ହୋଇଥିବା ଗୀତଟି ମଧ୍ୟ ବହୁତ ଭଲ ହୋଇଥିଲା, କିନ୍ତୁ ଏହାପରେ ପ୍ରିୟଙ୍କା ଏକ ୱାଲର୍ଡ ଟୁର କରିବା ପାଇଁ ଯାଇଥିଲେ ଏବଂ ଫେରିବା ପରେ ସବୁ କିଛି ପରିବର୍ତ୍ତନ ହୋଇଯାଇଥିଲା । ପ୍ରିୟଙ୍କା-ଅକ୍ଷୟଙ୍କ ମଧ୍ୟରେ ସବୁ କିଛି ବଦଳିଯାଇଥିଲା ।
ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ପାଇଁ ପିସିଙ୍କ ସହ ଫିଲ୍ମ କରନ୍ତି ନାହିଁ ଅକ୍ଷୟ
ଚଳଚ୍ଚିତ୍ର ନିର୍ମାତା ଆହୁରି ପ୍ରକାଶ କରିଛନ୍ତି ଯେ, ପରେ ସେ ଜାଣିବାକୁ ପାଇଲେ ଯେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ପ୍ରିୟଙ୍କା- ଅକ୍ଷୟଙ୍କୁ ଏକାଠି କାମ କରିବାକୁ ନେଇ ଆପତ୍ତି ଜାହିର କରିଥିଲେ । ଏହା ପରେ ମୁଁ ଅକ୍ଷୟ କୁମାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ସମସ୍ୟା ବିଷୟରେ ଜାଣିବା ପାଇଁ ପାଇଥିଲି । ପ୍ରିୟଙ୍କା ଚୋପ୍ରା ଓ ଟ୍ୱିଙ୍କଲଙ୍କ ମଧ୍ୟରେ କିଛି ସମସ୍ୟା ରହିଥିଲା ।
୨୦୦୫ ପରେ ଏକାଠି ଫିଲ୍ମ କରି ନାହଁନ୍ତି ଅକ୍ଷୟ-ପ୍ରିୟଙ୍କା
ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା ୨୦୦୩ ରୁ ୨୦୦୫ ମଧ୍ୟରେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । 'ଅନ୍ଦାଜ୍', 'ମୁଝସେ ଶାଦି କରୋଗି' ଏବଂ 'ଏତରାଜ' ପରି ଚଳଚ୍ଚିତ୍ରରେ କାମ କରିଛନ୍ତି । ୨୦୦୫ ପରେ ଅକ୍ଷୟ ଏବଂ ପ୍ରିୟଙ୍କା କେବେ ଏକାଠି କାମ କରିନାହଁନ୍ତି । ହେଲେ ଉଭୟ ନିଜ କ୍ୟାରିଅରରେ ବେଶ୍ ସଫଳ ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications