୫୫ ବର୍ଷରେ ଫିଟ୍ ରହିବାର ମନ୍ତ୍ର ଦେଲେ ଅକ୍ଷୟ କୁମାର
୫୫ ବର୍ଷରେ ଫିଟ୍ ରହିବାର ମନ୍ତ୍ର ଦେଲେ ଅକ୍ଷୟ କୁମାର
ମୁମ୍ବାଇ: ନିକଟରେ ଅକ୍ଷୟଙ୍କ ଫିଲ୍ମ 'ରାମ ସେତୁ' ରିଲିଜ୍ ହୋଇଯାଇଛି । ଯାହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି । ଦୀର୍ଘି ଦିନ ହେବ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ଅକ୍ଷୟଙ୍କର ଆଜି ଏକ ୱାର୍କ ଆଉଟ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'Chandni Chowk to China'ତ ନିଶ୍ଚୟ ଦେଖିଥିବେ ଓ ଫିଲ୍ମରେ ନଜର ଆସୁଥିବା 'ସିଦ୍ଧୁ'ର ମଜାଳିଆ ଅନ୍ଦାଜକୁ ତ ବିଲକୁଲ୍ ବି ଭୁଲି ନଥିବେ ଆଉ ଯଦି ଆପଣ ଭୁଲି ଯାଇଛନ୍ତି । ତେବେ ଅକ୍ଷୟଙ୍କର ଭିଡିଓ ଦେଖିବା ପରେ ଆପଣଙ୍କ ମେମୋରି ହୋଇଯିବ ଫ୍ରେସ୍ । କାରଣ ଖିଲାଡି କୁମାରଙ୍କର ଏହି ଭିଡିଓକୁ ଫ୍ୟାନ୍ସ 'Chandni Chowk to China'ର ସିଦ୍ଧୁ ଚରିତ୍ର ସହିତ ତୁଳନା କରିଛନ୍ତି ।

ନିକଟରେ ଅକ୍ଷୟ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟରେ 'ସିଦ୍ଧୁ' ଚରିତ୍ରକୁ ମନେପାକାଇଛନ୍ତି । ଅକ୍ଷୟ କୁମାର ଫିଟ୍ ରହିବା ପାଇଁ କଠିନ୍ ପରିଶ୍ରମ କରନ୍ତି । ସେ ବଲିଉଡର ଏକ ମାତ୍ର ଏପରି ଷ୍ଟାର ଯାହାଙ୍କର ଦିନ ସକାଳ ୪:୦୦ ରୁ ଆରମ୍ଭ ହୋଇଥାଏ ।
ଅକ୍ଷୟ କୁମାର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ସର୍ବଦା ତାଙ୍କ ଫିଟନେସ୍ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଥାନ୍ତି । ଆଜି ମଧ୍ୟ ଅକ୍ଷୟ ନିଜ ସକାଳ ୱାର୍କ ଆଉଟର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଜିମରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ଅକ୍ଷୟ କୁମାର ଜିମରେ ବ୍ୟାୟାମ କରୁଥିବାବେଳେ ଗୋଟିଏ ରଡ ରୁ ଅନ୍ୟ ରଡକୁ ଡେଉଁଥିବାର ନଜର ଆସୁଛନ୍ତି । ଏହି ଭିଡିଓ ସହିତ ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ର 'Chandni Chowk to China'ର ଗୀତ ବିଜିରେ ଲଗାଇଛନ୍ତି ।
ଅଭିନେତା ଅକ୍ଷୟ ତାଙ୍କ ଫିଟନେସରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଅନ୍ତି । ଅକ୍ଷୟ ତାଙ୍କ ଫିଟନେସ୍ ରୁଟିନରେ ଏହି ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ପ୍ରଥମେ- ସନ୍ଧ୍ୟା ୬.୩୦ ସୁଦ୍ଧା ସେ ରାତ୍ରୀ ଭୋଜନ କରି ନିଅନ୍ତି । ଦ୍ୱିତୀୟ- ଚିନି ଏବଂ ଲୁଣ ବହୁତ କମ୍ ପରିମାଣରେ ଖାଇବାରେ ବ୍ୟବହାର କରନ୍ତି , ଏବଂ ତୃତୀୟଟି - ମେଡିଟେସନ୍ ପାଇଁ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ସମୟ ବାହାର କରନ୍ତି ।












Click it and Unblock the Notifications