ରିଲିଜ୍ ହେଲା 'OMG 2'ଟିଜର୍:ଅକ୍ଷୟ-ପଙ୍କଜ ଯୋଡି କରୁଛି ଟ୍ରେଣ୍ତ୍
OMG 2 Teaser Out:ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ନିଜ ଆଗାମୀ ଚଳଚ୍ଚିତ୍ର 'OMG 2'( Oh My God)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଜି ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଯାଇଛି । ଟିଜର ରିଲିଜ ହେବା ପରଠୁ ଖିଲାଡି କୁମାର ଏବଂ ତାଙ୍କୁ ଫିଲ୍ମ ଲାଇମଲାଇଟରେ ଅଛି ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି । ଦର୍ଶକଙ୍କ ମନ ଜିଣୁଛି ଫିଲ୍ମର ଟିଜର । ଟିଜର ଦେଖିବା ପରେ ବର୍ତ୍ତମାନ ସିନେପ୍ରେମୀ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ।
ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ 'Oh My God'ର ଏକ ଛୋଟ ଝଲକ ପ୍ରକାଶ ପାଇଥିଲା । ଫିଲ୍ମର ଏହି କ୍ଲିପ୍ସ ଦେଖିବା ପରେ ଲୋକମାନେ ଚଳଚ୍ଚିତ୍ର ନିର୍ମାତା ଏବଂ ଅକ୍ଷୟ କୁମାରଙ୍କୁ ଅନେକ ଉପଦେଶ ଦେଇଥିଲେ । ଏହି ଫିଲ୍ମ ଜରିଆରେ ଯେପରେ କାହାରି ଧାର୍ମିକ ଭାବନାକୁ ଆଘତ ନ ଲାଗୁ, କୌଣସି ତୃଟି ନ ଥାଉ ବୋଲି ଲୋକେ ଫିଲ୍ମ ମେକର୍ସଙ୍କୁ ନିବେଦନ କରିଥିଲେ ।

ଧର୍ମ ଏବଂ ଧାର୍ମିକ ଭାବନା ବିଷୟରେ ଅନେକ ଚର୍ଚ୍ଚା ପରେ ଫିଲ୍ମ ନିର୍ମାତାମାନେ ଏହି ସିନେମାର ଟିଜର ରିଲିଜ୍ କରିଛନ୍ତି ଯାହାକୁ ଲୋକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଫିଲ୍ମର ଟିଜର ଏକ ସୁନ୍ଦର ଡାଇଲଗରୁ ଆରମ୍ଭ ହେଉଛି, ଯେଉଁଥିରେ କୁହାଯାଇଛି ଯେ, ଭଗବାନ ଅଛନ୍ତି କି ନାହିଁ ଏହାର ପ୍ରମାଣ ମନୁଷ୍ୟ ଆସ୍ତିକ ବା ନାସ୍ତିକ ହୋଇ ଦେଇପାରିବ । କିନ୍ତୁ ଭଗବାନ ସୃଷ୍ଟି କରିଥିବା ନିଜ ସନ୍ତାନ ମାନଙ୍କ ମଧ୍ୟରେ କେବେ ଭେଦ ଭାବ କରନ୍ତି ନାହିଁ... ।
ଏହି ଫିଲ୍ମର ଟିଜର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି - ବିଶ୍ୱାସ ରଖ, 'OMG 2' ଟିଜର ରିଲିଜ୍ ହୋଇଯାଇଛି । ଏହି ଚଳଚ୍ଚିତ୍ର 11 ଅଗଷ୍ଟ 2023ରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏହି ଚଳଚ୍ଚିତ୍ରର ଟିଜରରେ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସୁଛନ୍ତି, ଯାହାଙ୍କର ଅଭିନୟକୁ ଲୋକମାନେ ପସନ୍ଦ କରୁଛନ୍ତି । ସେହିପରି ୟାମି ଗୌତମ ମଧ୍ୟ ଏହି ସିନେମାରେ ଜଣେ ଓକିଲ ଭୂମିକାରେ ନଜର ଆସିବେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 'Oh My God'ସହ ଫିଲ୍ମ 'ଗଦର ୨' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
'ଗଦର ୨' ଫିଲ୍ମରେ ସନି ଦେଓଲ ଏବଂ ଅମିଶା ପଟେଲ ନଜର ଆସିବେ।












Click it and Unblock the Notifications