ଦର୍ଶକଙ୍କ ସାମ୍ନାରେ ହାର ମାନିଲେ ମେକର୍ସ, 'Hera pheri 3'କରିବେ ଅକ୍ଷୟ ଧମାଲ୍
ଦର୍ଶକଙ୍କ ସାମ୍ନାରେ ହାର ମାନିଲେ ମେକର୍ସ, 'Hera pheri 3'କରିବେ ଅକ୍ଷୟ ଧମାଲ୍
ମୁମ୍ବାଇ: ଚର୍ଚ୍ଚା, ବାଦ-ବିବାଦ, ସମାଲୋଚନା ସବୁ କିଛି ଫିକା ପଡିଯାଇଛି ଦର୍ଶକଙ୍କ ଭଲ ପାଇବା ସାମ୍ନାରେ । ଅକ୍ଷୟ କୁମାରଙ୍କ 'ହେରା ଫେରି' ହିନ୍ଦୀ ସିନେମାର ସବୁଠାରୁ ପ୍ରିୟ ଫ୍ରାଞ୍ଚାଇଜ୍ ମଧ୍ୟରୁ ଅନ୍ୟତମ । ରାଜୁ, ଶ୍ୟାମ୍ ଏବଂ ବାବୁରାଓଙ୍କ କେବେଳ ତିନିଟି ପ୍ରସିଦ୍ଧ ଚରିତ୍ର ନୁହେଁ, ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଯୋଡି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଗତ ଦୁଇ ମାସ ମଧ୍ୟରେ 'ହେରା ଫେରି'କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଖାସ କରି ଅଭିନେତାଙ୍କ କାଷ୍ଟିଂକୁ ନେଇ । ଅକ୍ଷୟ କୁମାରଙ୍କ ବଦଳରେ କାର୍ତ୍ତିକ ଆର୍ଯ୍ୟନ ଏହି ଫ୍ରାଞ୍ଚାଇଜରେ ପାଦ ଦେବେ ବୋଲି ନିଶ୍ଚିତ କରାଯାଇଥିଲା । ଖିଲାଡି କୁମାର ମଧ୍ୟ ଏକ
ଇଭେଣ୍ଟରେ ଏହା ନିଶ୍ଚିତ କରିଛନ୍ତି ଯେ ସେ ଆଉ 'ହେରା ଫେରି' 'କରିବେ ନାହିଁ ବୋଲି ପରେ ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ମଧ୍ୟ କାର୍ତ୍ତିକ ଆର୍ଯ୍ୟନ ଫିଲ୍ମରେ ନଜର ଆସିବେ ବୋଲି ସୂଚନୀ ଦେଇଥିଲେ ।

ଜନତାଙ୍କର ଚାହିଦା ଅନୁଯାୟୀ Firoz A. Nadiadwala ଅକ୍ଷୟ କୁମାରଙ୍କ ସହ ହେରା ଫେରି ଫ୍ରାଞ୍ଚାଇଜରେ ରାଜୁ ଭାବରେ ଫେରିବା ପାଇଁ ଆଲୋଚନା କରିଥିଲେ ବୋଲି ପିଙ୍କଭିଲ୍ଲା ରିପୋର୍ଟରେ ଦର୍ଶାଯାଇଛି । ସୂଚନା ଅନୁସାରେ, କାର୍ତ୍ତିକ ଆର୍ଯ୍ୟନଙ୍କୁ 'ହେରା ପେରି 3'ର ଅଫର୍ ମିଳିଥିଲା । ହେଲେ ଏବେ ପୁଣି ଥରେ ଫିଲ୍ମ ପାଇଁ ଫିରୋଜ ଗତ ୧୦ ଦିନ ମଧ୍ୟରେ ଅକ୍ଷୟ କୁମାରଙ୍କୁ ଅନେକ ଥର ଭେଟିଛନ୍ତି । କାରଣ ସେ ଜାଣିପାରିଛନ୍ତି ଯେ ଦର୍ଶକଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଅକ୍ଷୟ ଏହି ଜନତାଙ୍କ ପ୍ରଥମ ପସନ୍ଦ । ସୂଚନା ଅନୁସାରେ ଯଦି ଫିଲ୍ମ ନିର୍ମାତା ଓ ଅକ୍ଷୟଙ୍କ ମଧ୍ୟ ଏହି ଆଲୋଚନା ସଫଳ ହୁଏ । ତେବେ ପୁଣି ଥର ଅକ୍ଷୟଙ୍କୁ
'ହେରା ଫେରି ୩' ଦେଖିବା ପାଇଁ ମିଳିବ ।












Click it and Unblock the Notifications