୫୬ ବର୍ଷରେ ପ୍ରଥମ ଥର ଭୋଟ ଦେଲେ ଅକ୍ଷୟ କୁମାର
Lok Sabha Election 2024: ଆଜି ମହାରାଷ୍ଟ୍ରର ମୁମ୍ବାଇ ସହରରେ ମତଦାନ ଜାରି ରହିଛି । ଭୋଟ୍ ଦେବା ପାଇଁ ମତଦାନ ବୁଥରେ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳୁଛି । ସେହିପରି ଲାଇନରେ ଛିଡା ହୋଇ ନିଜ ମତସାବ୍ୟସ୍ତ କରୁଛନ୍ତି ବଲିଉଡ ତାରକା । ଜାହ୍ନବୀ କପୁର, ଇଶାନ ଖଟ୍ଟର, ଅକ୍ଷୟ କୁମାରଙ୍କ ପରି କଳାକାର ମାନେ ସକାଳୁ ସକାଳୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ।
ସୂଚନା ଅନୁସାରେ, ୫୬ ବର୍ଷ ବୟସ୍କ ଅଭିନେତା ଅକ୍ଷୟ କୁମାର ସକାଳେ ଲାଇନରେ ଠିଆ ହୋଇ ଭୋଟ୍ ଦେଉଥିବାର ଦେଖିବାକୁ ମିଳିଥିଲା । ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ମତଦାନ କରିଛନ୍ତି । ସେହିପରି ଅଭିନେତା ନିଜ ପ୍ରିୟ ନେତାଙ୍କ ପାଇଁ ଭୋଟ୍ ଦେବା ପରେ ପ୍ରଶଂସକଙ୍କୁ ମଧ୍ୟ ତାଙ୍କ ଭଳି ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଏଥିସହିତ ସେ ଭୋଟ୍ ଦେଇ କେତେ ଖୁସି ସେ ଅନୁଭୂତି ମଧ୍ୟ ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି ।

ANI ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭୋଟିଂ ବୁଥରେ ପହଞ୍ଚିବାର ଏକ ଭିଡିଓ ସେୟାର କରିଛି । ଅକ୍ଷୟ କୁମାର ଏକ ଅଲିଭ୍ ଗ୍ରୀନ୍ ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏପରିକି ସେ ସାଧାରଣ ମଣିଷଟିଏ ପରି ଧାଡିରେ ଅପେକ୍ଷା କରି ଭୋଟ ଦେଇଥିଲେ । ଭୋଟ୍ ଦେବା ପରେ ଅକ୍ଷୟ କିହିଥିଲେ 'ମୁଁ ଚାହୁଁଛି ମୋର ଭାରତ ବିକାଶ ଏବଂ ଶକ୍ତିଶାଳୀ ହେଉ। ସେଥିପାଇଁ ମୁଁ ଭୋଟ୍ ଦେଲି । ବିକାଶ ପାଇଁ ଭାରତ ଭୋଟ୍ ଦେବା ଉଚିତ୍... ମୁଁ ଭାବୁଛି ଏଥର ଭୋଟ୍ ପ୍ରତିଶତ ଭଲ ରହିବ ।












Click it and Unblock the Notifications