ଅକ୍ଷୟ କୁମାର ହାଜି ଅଲି ଦରଘା ପାଇଁ କଲେ ଏତେ କୋଟିର ଦାନ
Akshay Kumar At Haji Ali: ଅକ୍ଷୟ କୁମାର ପୁନ୍ୟ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଅନେକ ଥର ସେ ଦାନ କରିବାର ଖବର ମଧ୍ୟ ପ୍ରକାଶ ପାଇଛି । ରାମ ମନ୍ଦିର ନିର୍ମାଣ ସମୟରେ ମଧ୍ୟ ଅଭିନେତା ଦାନ କରିଥିଲେ । ବର୍ତ୍ତମାନ ଅକ୍ଷୟ ମୁମ୍ବାଇର ହାଜି ଅଲି ଦରଘା ଯାଇ ସେଠାକାର ନବୀକରଣ ପାଇଁ କୋଟି ଟଙ୍କା ଦାନ କରିଛନ୍ତି।

ଆଜିକାଲି ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ଖେଲ ଖେଲ ମେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ହାଜି ଅଲି ଦରଘାକୁ ଯାଇ ନିଜ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିଥିଲେ । ତେବେ ଦରଘାର ନବୀକରଣ ପାଇଁ ଅକ୍ଷୟ 1.21 କୋଟି ଟଙ୍କା ଦାନ କରିଛନ୍ତି। ଦରଘାରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।
ହାଜି ଅଲି ଦରଘାରେ ନବୀକରଣ କାର୍ଯ୍ୟ ଚାଲିଛି । ଏପରିସ୍ଥିତିରେ ଅଜୟବା କିପରି ପଛଘୁଞ୍ଚା ଦେଇଥାନ୍ତେ । ସେ କୋଟି କୋଟି ଟଙ୍କା ଦାନ କରିଛନ୍ତି ଯାହାକୁ ନେଇ ଦରଘା ଟ୍ରଷ୍ଟ ଖୁବ୍ ଖୁସି ଅଛନ୍ତି ଏବଂ ଅକ୍ଷୟଙ୍କୁ ଖୋଲା ହୃଦୟରୁ ସ୍ୱାଗତ କରିଛନ୍ତି । କେବଳ ଏତିକି ନୁହେଁ ଅକ୍ଷୟ ଦରଘାରେ ଠ ଏକ ଚାଦର ମଧ୍ୟ ଚଢାଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ଅକ୍ଷୟ କୁମାର ଦାନ କୌଣସି ଦାନ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ରାମ ମନ୍ଦିର ନିର୍ମାଣ ସମୟରେ ମଧ୍ୟ ଅକ୍ଷୟ 3 କୋଟି ଟଙ୍କା ଦାନ କରିଥିଲେ। ଅକ୍ଷୟ କୁମାର ରାମ ମନ୍ଦିରର ସମାରୋହରେ ଯୋଗ ଦେଇପାରିନଥିଲେ। ସେହି ଦିନ, ସେ ତାଙ୍କ ସୁଟିଂରେ ବ୍ୟସ୍ତି ଥିଲେ ।
ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଖେଲ ଖେଲ ଅଗଷ୍ଟ 15 ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ତାପସୀ ପନ୍ନୁ, ଭାନି କପୁର, ଫାର୍ଦିନ୍ ଖାନ୍, ଆଦିତ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।












Click it and Unblock the Notifications