ଅକ୍ଷୟଙ୍କୁ କରୋନା, କାନ୍ସ ଫିଲ୍ମ ଫେଷ୍ଟରେ ହେବେନି ସାମିଲ
କରୋନା ସଂକ୍ରମିତ ହେଲେ ଅକ୍ଷୟ କୁମାର । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ମୁମ୍ବାଇ: କରୋନା ସଂକ୍ରମିତ ହେଲେ ଅକ୍ଷୟ କୁମାର । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅକ୍ଷୟ ଦ୍ବିତୀୟ ଥର ପାଇଁ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତବର୍ଷ ସେ ଫିଲ୍ମ ରାମ ସେତୁର ସୁଟିଂ ସମୟରେ ଆକ୍ରନ୍ତ ହୋଇଥିଲେ ।


ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାର ପୂର୍ବ ଯୋଜନା ଥିବା ବେଳେ ଏବେ ସେ ଫେଷ୍ଟରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ମେ 17ରୁ ଆରମ୍ଭ ହେବ କାନ୍ସ ଫିଲ୍ମ ଫେଷ୍ଟିଭାଲ । କିନ୍ତୁ ଦୁଃଖର ବିଷୟ ଯେ ସେ ଏଥିରେ ସାମିଲ ହୋଇ ପାରିବେ ନାହିଁ । ଫେଷ୍ଟରେ ସାମିଲ ହେବାକୁ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅକ୍ଷୟ ।












Click it and Unblock the Notifications