ଖୁବଶିଘ୍ର ଆସିବା ପାଇଁ ଯାଉଛି 'ସିଙ୍ଘମ-୩',ସୂଚନା ଦେଲେ ରୋହିତ ଶେଟ୍ଟୀ

Singham 3:ଖୁବଶିଘ୍ର ଆସିବା ପାଇଁ ଯାଉଛି 'ସିଙ୍ଘମ-୩',ସୂଚନା ଦେଲେ ରୋହିତ ଶେଟ୍ଟୀ

ମୁମ୍ବାଇ: ବଡପରଦାରେ ପୁଣି ଦେଖିବା ପାଇଁ ମିଳିବ ଅଜୟ ଦେବଗନଙ୍କ ଜଲୱା । ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ ଓ ସିଙ୍ଘମ ରିଟର୍ନସ ବକ୍ସଅଫିସରେ ଭଲ ଆୟ କରିବା ସହ ଦର୍ଶକଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା । ଫିଲ୍ମରେ ଆକ୍ସନ ଓ କହାଣୀକୁ ବେଶ୍ ପସନ୍ଦ କରିଥିଲେ ଫ୍ୟାନ୍ସ । ଫିଲ୍ମକୁ ବଡ଼ ସଫଳାତା ମିଳିବା ପରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି ସିଙ୍ଘମ ପାର୍ଟ ୩ର । ଖୁବ ଶିଘ୍ର ଏକାଠି ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଆସୁଛନ୍ତି ରୋହିତ ଶେଟ୍ଟୀ ଓ ଅଜୟ ଦେବଗନ ।

ROHIT

ତେବେ ଏହାର ସୂଚନା ନିଜେ ରୋହିତ ଶେଟ୍ଟୀ ଏକ ସାକ୍ଷାତକାର ସମୟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଖୁବ୍ ଶୀଘ୍ର ସିଙ୍ଘମ ୩ ସୁଟିଂ ଆରମ୍ଭ ହେବାପାଇଁ ଯାଉଛି । ଅଜୟ ଦେବଗନ ଏହି ଚଳଚ୍ଚିତ୍ରରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ରୋହିତ ଶେଟ୍ଟୀଙ୍କ ସୂଚନା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ସୂଚନା ରହିଛି ଯେ ଏଥିରେ ମଧ୍ୟ ଦମଦାର ଆକ୍ସନ ଦେଖିବା ପାଇଁ ଦର୍ଶକ । ଆସନ୍ତା ଏପ୍ରିଲରୁ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ROHIT SETHI

ବର୍ତ୍ତମାନ ରୋହିତଙ୍କ ଫିଲ୍ମ ସର୍କସର ସୁଟିଂ ଚାଲିଛି । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର ସିଂଙ୍କୁ ଡବଲ୍ ରୋଲର ଦେଖିବା ପାଇଁ ମିଳିବ । ସେହିପରି ରୋହିତ ଶେଟ୍ଟୀ OTT ନଡେବ୍ୟୁ ଘୋଷଣା ମଧ୍ୟ କରିଛନ୍ତି। ସେ ଖୁବ୍ ଶୀଘ୍ର 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ନାମକ ଏକ ୱେବ୍ ସିରିଜ୍ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଏକାଠି ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+