ରିଲିଜ୍ ହେଲା 'ଭୋଲା'ର ଟିଜର-୨, ଅଜୟ ଦେବଗନଙ୍କ ଲୁକ୍ କରୁଛି ମତୁଆଲା
ରିଲିଜ୍ ହେଲା 'ଭୋଲା'ର ଟିଜର-୨, ଅଜୟ ଦେବଗନଙ୍କ ଲୁକ୍ କରୁଛି ମତୁଆଲା ।

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ଅଜୟ ଦେବଗନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୋଲା'ପାଇଁ କିଛି ଦିନ ହେଲା ଲାଇମଲାଇଟରେ ଅଛନ୍ତି । 'ଦୃଶ୍ୟୟମ୍ ୨'ର ସଫଳତା ପରେ ଏବେ ଅଜୟଙ୍କ ଆସନ୍ତା ଚଳଚ୍ଚିତ୍ର 'ଭୋଲା'ଅଛି ଚର୍ଚ୍ଚାରେ । ନିକଟରେ ମେକର୍ସ ଏହି ଫିଲ୍ମର ଟିଜର୍-୨ ରିଲିଜ୍ ହେବା ବିଷୟରେ ସୂଚନା ଦେଇଥିଲେ । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଏହି ଫିଲ୍ମର ଟିଜର-୨ ରିଲିଜ୍ ହୋଇଯାଇଛି । ଅଜୟଙ୍କ ଫିଲ୍ମର ଏହି ଟିଜର ଦେଖି ପରେ ଆପଣଙ୍କର ଫିଲ୍ମ ପ୍ରତି ଉତ୍ସାହ ନିଶ୍ଚିତ ଭାବରେ ବଢିଯିବ ।
'ଭୋଲା'ର ଦ୍ୱିତୀୟ ଟିଜର ମୁକ୍ତିଲାଭ କରିଛି
ଗତବର୍ଷ ନଭେମ୍ବର ୨୨ରେ ଚଳଚ୍ଚିତ୍ର 'ଭୋଲା'ର ଟିଜର ମୁକ୍ତିଲାଭ କରିଥିଲା । ଟିଜର ଦେଖିବା ପରେ ଦର୍ଶକ ଉତ୍ସାହର ସହ ଅଜୟଙ୍କ ଫିଲ୍ମ ରିଲିଜ୍ ତାରିଖକୁ ଅପକ୍ଷା କରିଛନ୍ତି । ଟିଜରରେ ଅଜୟଙ୍କ ସୁନ୍ଦର ଅଭିନୟ ସମସ୍ତଙ୍କୁ ଆକୃଷ୍ଠ କରିଥିଲା । ବର୍ତ୍ତମାନ ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ଫିଲ୍ମ'ଭୋଲା'ର ଦ୍ୱିତୀୟ ଲାଟେଷ୍ଟ ଟିଜର ମଙ୍ଗଳବାର ମୁକ୍ତିଲାଭ କରିଛି। ଅଜୟ ଦେବଗାନ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏହି ଟିଜର ସେୟାର କରିଛନ୍ତି । ଏହି ଟିଜର ରିଲିଜ୍ ହେବା ପରଠୁ ଭାଇରାଲ ହେବା ସହ ସାଉଁଟୁଛି ଫ୍ୟାନ୍ସଙ୍କ ପ୍ରଶଂସା ।
ଅଭିନେତା ଅଜୟ ଦେବଗନଙ୍କ ଲୁକ୍ ଦର୍ଶକଙ୍କୁ ମତୁଆଲ କରୁଥିବା ବେଳେ ଅଭିନେତ୍ରୀ ତବୁଙ୍କର ପୋଲିସ ଲୁକ୍ ଏବଂ ତାଙ୍କ ଅଭିନୟର ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି । ଭୋଲା'ର ଦ୍ୱିତୀୟ ଟିଜର ବହୁତ ଭଲ ଏବଂ ଆଶ୍ଚର୍ଯ୍ୟଜନକ । ଯାହା ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢାଇଦେଇଛି ।
କେବେ ରିଲିଜ୍ ହେବ ଫିଲ୍ମ 'ଭୋଲା'
'ଭୋଲା'ର ଏହି ଟିଜର ଦେଖିବା ପରେ ଏବେ ସମସ୍ତେ ସିନେମାର ରିଲିଜ୍ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାର୍ଚ୍ଚ ୩୦ରେ ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଚଳଚ୍ଚିତ୍ର 'ଭୋଲା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି । ବିଶେଷ କଥା ହେଉଛି ଅଭିନେତା ବ୍ୟତୀତ ଅଜୟ ମଧ୍ୟ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବରେ ମଧ୍ୟରେ କାର୍ଯ୍ୟ କରିଛନ୍ତି। ଅଜୟ ଦେବଗନଙ୍କ 'ଭୋଲା' ସାଉଥ ସିନେମାର ସୁପରହିଟ୍ ଫିଲ୍ମ 'Kaithi'ର ରିମେକ୍ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications