ଦର୍ଶକଙ୍କ ମନ ଜିଣୁଛି 'ଭୋଲା'ର ଟ୍ରେଲର, ଏହି ତାରିଖରେ ରିଲିଜ ହେବ ସିନେମା
'ଭୋଲା'ର ଦମଦାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ଏହା ଟିଜର ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଅଜୟଙ୍କ ଲୁକ୍, ତାଙ୍କ ଅଭିନୟ ଜଣିଥିଲା ଦର୍ଶକଙ୍କ ମନ ।

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'ର ଦମଦାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ଏହା ଟିଜର ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଅଜୟଙ୍କ ଲୁକ୍, ତାଙ୍କ ଅଭିନୟ ଜଣିଥିଲା ଦର୍ଶକଙ୍କ ମନ । ସେହିପରି ଟ୍ରେଲର ରିଲିଜ୍ ହେବା ପରେ ନିଜ ଅଭିନୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଅଭିନେତା । ସେହିପରି ସିନେମାରେ ନେଗେଟିଭ୍ ରୋଲରେ ନଜର ଆସିବେ ଦୀପକ ଡୋବ୍ରିଆଲ ଯିଏ ନିଜ କ୍ୟାରେକ୍ଟରୁକୁ ନେଇ ଖୋଲାଖୋଲି ଭାବେ ଆଲୋଚନ କରିଛନ୍ତି ।
ଅଜୟ ଦେବଗନ ଷ୍ଟାରର ସିନେମା 'ଭୋଲା'ର ଦମଦାର ଟ୍ରେଲର ସୋମବାର ମୁମ୍ବାଇର ଆଇଏମଏକ୍ସ ସିନେମାରେ 3D ରେ ମୁକ୍ତିଲାଭ କରିଛି । ଏହି ଅବସରରେ ଭୋଲାର ଷ୍ଟାର କାଷ୍ଟ ଅଜୟ ଦେବଗନ, ତବୁ, ଦୀପକ ଡୋବ୍ରିଆଲ, ଭିନିତ କୁମାର ଏବଂ ଟି-ସିରିଜ ନିର୍ମାତା ଭୂଷଣ କୁମାର ମଧ୍ୟ ଉପସ୍ଥିତ ଥିଲେ।
ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମରେ ଦୀପକଙ୍କୁ ତାଙ୍କ ନେଗେଟିଭ୍ କ୍ୟାରେକ୍ଟର ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାକୁ ନେଇ ଅଭିନେତା କହିଛନ୍ତି, 'ପ୍ରାୟତଃ ଦର୍ଶକ ମାନେ ମୋତେ କମେଡି ଭୂମିକାରେ ଦେଖୁଥିବେ କିନ୍ତୁ ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ, ଯାହାର ଶ୍ରେୟ ସ୍ପଷ୍ଟ ଭାବରେ ଅଜୟ ଦେବଗନଙ୍କୁ ଯାଉଛି । ଅଜୟ ଦେବଗନଙ୍କ ପାଇଁ ମୁଁ ଏହି ଭୂମିକାରେ ଅଭିନୟ କରିପାରିଛି ।'
ଅଜୟ ଦେବଗାନଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର 'ଭୋଲା'ର ଟ୍ରେଲର ରିଲିଜ୍ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଦର୍ଶକଙ୍କ ଲାଇକ ଓ କମେଣ୍ଟ ହିଁ ଫିଲ୍ମ ପ୍ରତି ତାଙ୍କ ଉତ୍ସାହ ବଖାଣୁଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳଚ୍ଚିତ୍ର 'ଭୋଲା' ଚଳିତ ମାସ ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଅଭିନେତା ଅଜୟ ଦେବଗନ ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications