ଅଜୟ ଦେବଗନଙ୍କ ପାଇଁ ଫୁଟପାଥରେ ଶୋଇଥିଲେ ଅଭିଷେକ ବଚ୍ଚନ
Ajay Devgn Abhishek Bachchan's Throwback Story :Ajay Devgn Abhishek Bachchan's Throwback Story- ଫୁଟପାତରେ ଶୋଇଥିଲେ ଅଭିଷେକ ବଚ୍ଚନ । ଅଜୟ ଦେବଗନଙ୍କ ପାଇଁ ଫୁଟପାତରେ ଶୋଇଥିଲେ ଅଭିଷେକ ବଚ୍ଚନ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ୍ଙ୍କ ଅଭିଷେକ ବଚ୍ଚନଙ୍କ ସିନିୟର ହୋଇପାରନ୍ତି ହେଲେ ଆରମ୍ଭରୁ ହିଁ ଉଭୟଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ରହିଛି । ଅନେକ ଥର ଉଭୟ ପରସ୍ପରର ପ୍ରଶଂସା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ହେଲେ ଦିନେ ଅଜୟଙ୍କ ପାଇଁ ଅଭିଷେକ ବଚ୍ଚନଙ୍କୁ ରାସ୍ତାରେ ଶୋଇବାକୁ ପଡିଥିଲା ।

ବାସ୍ତବରେ ଅଜୟ ଦେବଗନ୍ ଏବଂ ଅଭିଷେକ ବଚ୍ଚନଙ୍କ ବନ୍ଧୁତା 1998 ମସିହାରୁ ଆରମ୍ଭ ହୋଇଥିଲା । ଯେଉଁ ସମୟରେ ମେଜର ସାବ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା । ସେହି ସମୟରେ ଅଭିଷେକ ବଚ୍ଚନ ଏହି ଚଳଚ୍ଚିତ୍ରରେ ପ୍ରଡକ୍ସନ୍ ବୟ ଭାବରେ କାମ କରୁଥିଲେ । ଏହି ଚଳଚ୍ଚିତ୍ର ପାଇଁ ଏକ ଗୀତ ଅଷ୍ଟ୍ରିଆରେ ସୁଟିଂ କରାଯାଉଥିଲା । ଜଣେ ପ୍ରଡକ୍ସନ୍ ବୟ ହୋଇଥିବାରୁ ଅଭିଷେକ ବଚ୍ଚନଙ୍କୁ ଅଜୟ ଦେବଗନଙ୍କୁ ବିମାନବନ୍ଦରରୁ ନେଇ ହୋଟେଲରେ ଛାଡିବାର ଥିଲା । ହେଲେ ତାଙ୍କ ପାଇଁ କ୍ୟାବ ବୁକ କରିବା ପାଇଁ ଭୁଲିଯାଇଥିଲେ ଅଭିଷେକ । ହେଲେ ଏହି ସ୍ଥିତିକୁ ସେ ସମ୍ଭାଳି ନେଇଥିଲେ ହେଲେ ଆଗକୁ ମଧ୍ୟ ଏକ ବଡ଼ ଭୁଲ କରିଥିଲେ ଅଭିଷେକ ।

ଏହା ପରେ ଅଜୟ ଦେବଗନ୍ ହୋଟେଲରେ ପହଞ୍ଚିବା ମାତ୍ରେ ଡ୍ରିକ୍ସ କରିବା ପାଇ ତଳକୁ ପଳାଇଥିଲେ । ସେ ଅଭିଷେକଙ୍କୁ ମଧ୍ୟ ଡ୍ରିକ୍ସ ଅଫର୍ କରିଥିଲେ ହେଲେ ପ୍ରଥମ ଥର ସେ ମନା କରିଦେଇଥିଲେ ପରଦିନ ଅଭିନେତା ଅଜୟ ପୁଣି ଥରେ ଅଭିଷେକଙ୍କୁ ଡ୍ରିକ୍ସ ଅଫର୍ କରିଥିଲେ ଯାହା ପରେ ଅଭିଷେକ କହିଥିଲେ ଯଦି ତୁମେ ମୋ ବାପାଙ୍କୁ ଏ ବିଷୟରେ ନ କହିବ ତେବେ ମୁଁ ପିଇବି । ହେଲା ଏହା ପଛର ପ୍ରକୃତ କାରଣ ଥିଲା କିଛି ଭିନ୍ନ ।

ପ୍ରଡକ୍ସନ୍ ବୟ ଭାବେ କାମ କରୁଥିବା ସମୟରେ ଅଭିଷେକ ଅନେକ ଭୁଲ କରୁଥିଲେ । ଅଜୟଙ୍କ ପାଇଁ କ୍ୟାବ୍ ବୁକ୍ କରିବା ପାଇଁ ଭୁଲି ଯାଇଥିଲେ ଏପରିକି ସେ ଅଜୟଙ୍କ ରହିବା ପାଇଁ ହୋଟେଲ୍ ରୁମ ମଧ୍ୟ ବୁକ କରିନଥିଲେ ଯେଉଁଥି ପାଇଁ ତାଙ୍କୁ ନିଜ ରୁମରୁ ବାହାରିବା ପାଇଁ ପଡିଥିଲା ଓ ଅଜୟଙ୍କୁ ସେହି ରୁମ ଦେବା ପାଇଁ ପଡିଥିଲା । ଫଳରେ ତାଙ୍କୁ ରାତି ସାରା ହୋଟେଲ୍ ବାହାରେ ରାସ୍ତାରେ ରହିବା ପାଇଁ ପଡିଥିଲା । ଏକ ସାକ୍ଷାତକାରରେ ଅଭିଷେକ ନିଜେ ହିଁ ଏହି ବିଷୟର ଫ୍ୟାନ୍ସଙ୍କୁ ଜଣାଇଥିଲେ ।












Click it and Unblock the Notifications