ମୈଦାନର ଫାଇନାଲ୍ ଟ୍ରେଲର ରିଲିଜ୍, ଖେଳାଳୀଙ୍କ ମନୋବଳ ବଢାଉଥିବାର ନଜର ଆସିଲେ ଅଜୟ

Maidan Final Trailer Release: ଅଜୟ ଦେବଗନ୍ ଆଜି ନିଜ ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପରିବାର, ପ୍ରଶଂସକ ବର୍ତ୍ତମାନ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ସେହିପରି ନିଜ ଜନ୍ମ ଦିନ ଅବସରରେ ଅଜୟ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି । ଅଭିନେତାଙ୍କର ବହୁ ପ୍ରତୀକ୍ଷିତ କ୍ରୀଡା ବାୟୋପିକ୍ 'ମୈଦାନ' ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି ।

Ajay Devgan

ସୂଚନାଥାଉ ଯେ, ନିର୍ମାତାମାନେ ଗତ ମାସରେ ଅଜୟ ଦେବଗନଙ୍କ ସିନେମା 'ମୈଦାନ'ର ଟ୍ରେଲର ରିଲିଜ କରିଥିଲେ କିନ୍ତୁ ଆଜି ଦ୍ୱିତୀୟ ତଥା ଅନ୍ତିମ ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଆରମ୍ଭରେ ପ୍ରିୟାମଣି ଅଜୟ ଦେବଗନଙ୍କୁ କହୁଛନ୍ତି, ସମଗ୍ର ଭାରତରେ କାହାକୁ ବିଶ୍ୱାସ ହେଉ ନାହିଁ ଯେ, ଭାରତୀୟ ଫୁଟବଲ ଦଳ ଏସୀୟ ଗେମ୍ସରେ ଜିତିବ, କିନ୍ତୁ ଆପଣଙ୍କୁ ଲାଗୁଛି କି, ଏହା ଶୁଣି ଅଜୟ ଦେବଗନ ହଁ କହି ମୁଣ୍ତ ହଲାଉଥିବାର ଦେଖିବା ପାଇଁ ମିଳୁଛି ।

ଏହାପରେ ଫୁଟବଲ୍ ମୈଦାନରେ ଖେଳାଳିଙ୍କ ସହ ଅଜୟ ଦେବଗନଙ୍କ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ତାଙ୍କ ରାସ୍ତାରେ ଆସୁଥିବା ସମସ୍ତ ଚ୍ୟାଲେଞ୍ଜ ମଧ୍ୟରେ ନିଜ ଦଳକୁ ନିଯୁକ୍ତି ଏବଂ ତାଲିମ ଦେବାକୁ ଚେଷ୍ଟା କରୁଛନ୍ତି ଅଜୟ । ଏହି ଟ୍ରେଲରରେ ସେ ଖେଳାଳିମାନଙ୍କୁ କହୁଛନ୍ତି ଯେ, ଇଣ୍ତିଆ ମ୍ୟାଚ୍ ଯଦି ଖେଳିବା ପାଇଁ ଚାହୁଁଛି ତେବେ, ଗେମର ଲେବଲ୍ ଉଞ୍ଚା କରିବା ପାଇଁ ପଡିବ ।

ସେ ଏପରି ଖେଳାଳୀ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି ଯେଉଁମାନେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଖେଳିପାରିବେ । ଏହି ୨ ମିନିଟ୍ ୭ ସେକେଣ୍ଡ୍ ଟ୍ରେଲର୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୈଦାନ ଫୁଟବଲ୍ କୋଚ୍ ଅବଦୁଲ ରହୀମଙ୍କ ପ୍ରକୃତ ଜୀବନ କାହାଣୀ ଉପରେ ଆଧାରିତ । ତାଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଦଳ ୧୯୫୧ ଏବଂ ୧୯୬୨ ଏସୀୟ ଗେମ୍ସରେ ବିଜୟ ଲାଭ କରିଥିଲା । ଏହି ସିନେମାର ସୁଟିଂ ଶେଷ ହୋଇଯିବା ସହ ଆଜି ଏବେ ଫିଲ୍ମର ଅନ୍ତିମ ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି । ଏହି ସିନେମାଟି ଇଦ ଅବସରରେ ୧୦ ଏପ୍ରିଲ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+