ଇଦ୍ ଅବସରରେ ରିଲିଜ୍ ହେଲା ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ',ଜାଣନ୍ତୁ କ'ଣ ରହିଛି କାହାଣୀ
Maidaan Review In Odia: ଇଦ୍ ଅବସରରେ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ' ରିଲିଜ୍ ହୋଇଯାଇଛି । ଏହାରୁ ମଧ୍ୟରେ ଫିଲ୍ମର ପ୍ରଥମ ରିଭିୟୁ ପ୍ରକାଶ ପାଇଛି । ତେବେ ଅଜୟଙ୍କ ଏହି ଫିଲ୍ମ ଥରେ ଦେଖିବା ଉଚିତ୍ ବୋଲି ଅନେକ ସିନେ ପ୍ରେମୀ ଦାବି କରୁଛନ୍ତି । ଏହି ଫିଲ୍ମ ୩ ଘଣ୍ଟାର ହେଲେ ପ୍ରଥମ ଭାଗ ଆପଣଙ୍କୁ ଏତେ ଭଲ ଲାଗି ନ ପାରେ ହେଲେ ଫିଲ୍ମ ବାକି ଦୁଇ ଘଣ୍ଟା ଆପଣଙ୍କୁ ମନୋରଞ୍ଜନର ଜବରଦସ୍ତ ତଟକା ଦେବା ।

ଏହା କ୍ରୀଡ଼଼ା ଇତିହାସରେ ରେକର୍ଡ ସୃଷ୍ଟି କରିଥିବା Syed Abdul Rahimଙ୍କର ପ୍ରକୃତ କାହାଣୀ । ଯିଏ ୧୯୫୨ ଏବଂ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ତେହେ Syed Abdul Rahimଙ୍କ ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ସେହିପରି ଅଭିନେତ୍ରୀ ପ୍ରିୟମଣି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।
ଚଳଚ୍ଚିତ୍ରର ପ୍ରଥମ ଏକ ଘଣ୍ଟା କିଛି ଖାସ୍ ଲାଗିବ ନାହିଁ । ହେଲେ ଏକ ଘଣ୍ଟା ପରେ ଆରମ୍ଭ ହୁଏ ଫିଲ୍ମର ଅସଲ କାହାଣୀ । ଯେଉଁଥିରେ ଆପଣ ସଙ୍ଘର୍ଷ, ଦୁଃଖ, ସାହସ, ଜିତ୍, ସଫଳତାର ଏକ ଝଲକ ଦେଖିବା ପାଇଁ ପାଇବେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆପଣ Syed Abdul Rahimଙ୍କ କାହାଣୀକୁ ସିନେ ପରଦାରେ ଦେଖିପାରିବେ । ଭାରତୀୟ ଫୁଟବଲକୁ ସର୍ବୋଚ୍ଚ ସ୍ଥାନକୁ ନେଇଥିବା ବ୍ୟକ୍ତିଙ୍କ ନିଷ୍ଠା ଏବଂ ଉତ୍ସାହ ଏହି ସିନେମା ଜରିଆରେ ଦର୍ଶକ ଦେଖିବାର ମୌକା ପାଇବେ । ସେହିପରି ଏହି ଚଳଚ୍ଚିତ୍ରରେ କିଛି କିଛି ତ୍ରୁଟି ରହିଛି ।
ଅଭିନୟ ବିଷୟରେ ଆଲୋଚନା କଲେ ଅଜୟ ଦେବଗନ୍ ପୁରା ଚଳଚ୍ଚିତ୍ରରେ ଏକ ନୂଆ ଛାପ ଛାଡିଛନ୍ତି । ତାଙ୍କ ସୁନ୍ଦର ଅଭିନୟ ପୁଣି ସିନେ ପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇଛି । ଅଜୟ ଏହି କ୍ୟାରେକ୍ଟରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇଛନ୍ତି ବୋଲି କୁହାଯାଉଛି । ସେହିପରି ଅଭିନେତ୍ରୀ ପ୍ରିୟାମଣିଙ୍କର ଅଭିନୟର ମଧ୍ୟ ଖୁବ୍ ପ୍ରଶଂସା କରାଯାଉଛି, ସେ ସିନେମାରେ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ଅମିତ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦୟିତ୍ୱ ତୁଳାଇଛନ୍ତି ।
ସେହିପରି ସିନେମାର ଗୀତ ଗୁଡ଼ିକ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏ ଆର୍ ରହମାନଙ୍କ ଗୀତ ଏହି ଫିଲ୍ମରେ ଚାରଚାନ୍ଦ ଲଗାଇଛି, ଲୋକେ ଗୀତ ଗୁଡିକୁ ବେଶ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଦର୍ଶକଙ୍କର ଭଲ କମେଣ୍ଟ ଦେଖିବା ଦେଖିବା ପାଇଁ ମିଳୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications