'Shaitaan'ର ଟ୍ରେଲର ରିଲିଜ୍, ପୁଣି ନିଜ ପରିବାର ପାଇଁ ଲଢିବେ ଅଜୟ ଦେବଗନ
Shaitaan Trailer: ଅଜୟ ଦେବଗନ ଆଜିକାଲି ନିଜ ଫିଲ୍ମ 'Shaitaan'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରତ୍ୟେକ ଫିଲ୍ମରେ ଅଭିନେତାଙ୍କ ସୁନ୍ଦର ଅଭିନୟ ଏବଂ ସ୍ୱତନ୍ତ୍ର କାହାଣୀ ଦର୍ଶକଙ୍କ ମନ ଜିଣିଥାଏ । ଏଥର ମଧ୍ୟ ସିନେମା 'Shaitaan'ରେ ଦମଦାର ଅନ୍ଦାଜରେ ବଲିଉଡରେ ରାଜ୍ କରିବେ ଅଜୟ ଦେବଗନ । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି, ଯାହା ଖୁବ୍ ରୋମାଞ୍ଚକ । ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଖରାପ ଶକ୍ତିରୁ ରକ୍ଷା କରୁଥିବାର ଦେଖିବାକୁ ମିଳୁଛି ।

ଟ୍ରେଲରରେ ସିନେମାର ଏକ ଝଲକ ଦେଖିବା ପାଇଁ ମିଳୁଛି । ଯେଉଁଥିରେ ଅଜୟଙ୍କ ଘରେ ଏକା ସୈଇତାନ ଜୋରଦବରଦସ୍ତି ପ୍ରବେଶ କରୁଥିବାର ଦେଖିବା ପାଇଁ ମିଳୁଛି । ଏହାସହ ସୈଇତାନ ତାଙ୍କ ଅର୍ଥାତ ଅଜୟଙ୍କ ଝିଅ ଉପରେ ଗୁଣି ମଧ୍ୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସୈତାନ ଭୂମିକାରେ ଅଭିନୟ କରିଥିବା ଆର ମାଧବନ୍ ତାଙ୍କର ଭୟଙ୍କର ଅନ୍ଦାଜରେ ଲୋକଙ୍କୁ ଡରାଉଥିବାର ଦେଖିବାକୁ ମିଳୁଛି । ନିଜ ଝିଅର ଅସହାୟ ଅବସ୍ଥା ଦେଖି ଅଜୟ ଦେବଗନ୍ କ୍ରୋଧରେ ସୈତାନ ଲଢେଇ କରୁଥିବାର ଦେଖିବାକୁ ମିଳୁଛି । ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ 8 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ଅଜୟ ଦେବଗନ ଚଳିତ ବର୍ଷ ସେ ଅନେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି । 'ସୈତାନ'ପରେ ଅଭିନେତା କ୍ରୀଡା ଡ୍ରାମାରେ ଭରପୁର ମୈଦାନରେ ନଜର ଆସିବେ । ଯେଉଁଥିରେ ସେ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହୀମ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର 23 ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ସୁପରଷ୍ଟାର ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସିଙ୍ଘମ ଅଗେନ୍'ରେ ମଧ୍ୟ ନଜର ଆସିବେ । ଏବେ ଦେଖିବା ବାକି ରହିଲା ଫିଲ୍ମ 'Shaitaan'ରେ ଅଜୟ ଏବଂ ମାଧବନଙ୍କ ଯୋଡ଼ି ଦର୍ଶକଙ୍କୁ ଇମପ୍ରେସ କରିବାରେ ସଫଳ ହେଉଛି ନାଁ ନାହିଁ ।
ନିକଟେରେ 'ବିଗ୍ ବସ୍ 17'ର ଫାଇନାଲ ଏପିସୋଡରେ ନିଜ ଫିଲ୍ମକୁ ପ୍ରମୋଟ୍ କରିବା ପାଇଁ ପହଞ୍ଚିଥିଲେ ଅଜୟ ଏବଂ ମାଧବନ । ଯେଉଁଠି ସଲମାନ ଖାନ ତାଙ୍କ ସହ ଖୁବ୍ ମସ୍ତି କରୁଥିବା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications