Get Updates
Get notified of breaking news, exclusive insights, and must-see stories!

'ଭୋଲା' ସେଟରେ ସ୍ୱାଧୀନତା ଦିବସ ପାଳନ କଲେ ଅଭିନେତା ଅଜୟ ଦେବଗନ୍

Independence Day 2022: Ajay Devgan Celebrated Independence Day From Sets of 'Bholaa'ସ୍ୱାଧୀନତା ଦିବସ ଏହିପରି ପାଳନ କଲେ ଅଭିନେତା ଅଜୟ ଦେବଗନ୍

ଭୁବନେଶ୍ୱର: ଆଜି ସାରା ଦେଶ ୭୬ ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହା ସହ ଦେଶରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଜୋରଦାର ଚାଲିଛି । ଏହି ଅବସରରେ ବଲିଉଡର ସେଲିବ୍ରିଟି ମଧ୍ୟ ଉତ୍ସାହର ସହ ଆଜିର ଦିନକୁ ସେଲିବ୍ରେଟ୍ କରିବା ସହ 'ହର ଘର ତ୍ରିରଙ୍ଗା' ଅଭିଯାନରେ ଭାଗ ନେଉଥିବାର ନଜର ଆସୁଛନ୍ତି।

AJAY DEVGAN

ସ୍ୱାଧୀନତା ଦିବସ ଅବସରରେ ବଲିଉଡ ଅଭିନେତା ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଭିନେତା ଫିଲ୍ମର ସୁଟିଂ ସମୟରେ ତାଙ୍କ କ୍ରିୁ ସଦସ୍ୟଙ୍କୁ ତ୍ରିରଙ୍ଗା' ବ୍ରୋଚ୍ ଲାଗାଉଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଅଜୟ ଦେବଗନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୋଲା'ର ସେଟରେ ନଜର ଆସୁଛନ୍ତି । ଫିଲ୍ମ ସୁଟିଂ ସମୟରେ ତାଙ୍କ ସେଟରେ ଉପସ୍ଥିତ ସମସ୍ତ ସଦସ୍ୟ ଯଥା କ୍ୟାମେରା ମ୍ୟାନ୍, ଅଭିନେତା, ନିର୍ଦ୍ଦେଶକ, ସ୍ପଟ୍ ବୟ ସମସ୍ତେ ନିଜ ଡ୍ରେସରେ ତ୍ରିରଙ୍ଗା ବ୍ରୋଚ୍ ଲଗାଛନ୍ତି । ଅଜୟ ଦେବଗନ୍ କ୍ୟାପସନରେ ଲେଖିଛନ୍ତି, ସ୍ୱାଧୀନତାର ୭୫ ବର୍ଷ, ଆମ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଗର୍ବର ମୁହୂର୍ତ୍ତ । ଆମେ ଶକ୍ତିରୁ ଶକ୍ତି ଆଡକୁ ଗତି କରିବୁ । ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ।

ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ 'ଭୋଲା' ଏକ ଆକ୍ସନ୍-ଥ୍ରୀଲର ଫିଲ୍ମ । ଏହି ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଭୁମିକାରେ ନଜର ଆସିବେ । ତାଙ୍କ ସହ ତବୁ ସ୍କ୍ରିନ୍ ଶେୟାର କରିବେ । ଅଜୟ ଦେବଗନ ନିୟମିତ ବ୍ୟବଧାନରେ ଏକାଧିକ ସ୍ଥାନରେ ସୁଟିଂ କରୁଛନ୍ତି । ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ ବୋଲି ସୂଚନା ରହିଛି । ଫିଲ୍ମ ଭୋଲା ୩୦ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବ । ପୂର୍ବରୁ ଅଜୟ ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇସାରିଛନ୍ତି , ସେଗୁଡିକ ହେଲା ରନ୍‌ୱେ , ୟୁ ମି ଔର୍ ହମ୍ ଏବଂ ଶିବାୟ । ଭୋଲା ତାମିଲ ଓ ତେଲୁଗୁ ଫିଲ୍ମ 'କୈଥୀ'ର ରିମେକ୍ । ଯାହା ବକ୍ସଅଫିସରେ ଭଲ ଆୟ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+