ସଲମାନ ଖାନଙ୍କୁ ଧୋକା ଦେଇଥିଲେ ଐଶ୍ୱର୍ଯ୍ୟା ରାଏ...
Aishwarya Rai-Salman Khan: ବଲିଉଡର ଚର୍ଚ୍ଚିତ ପ୍ରେମ କାହାଣୀ ହେଉଛି ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟାଙ୍କର । ପ୍ରେମ କାହାଣୀ ବିଷୟରେ ସମସ୍ତେ ଅବଗତ ଥିଲେ ହେଲେ ଉଭୟଙ୍କ ବ୍ରେକଅପ୍ ଖୁବ୍ ଯନ୍ତ୍ରଣାଦାୟକ ଥିଲା । 2001 ମସିହାରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ । ବ୍ରେକଅପ୍ ପରେ ଅନେକ ଚର୍ଚ୍ଚା, ସମାଲୋଚନା ହୋଇଥିଲା ।
ଐଶ୍ୱର୍ଯ୍ୟା ରାୟଙ୍କ ସହ ବ୍ରେକଅପ୍ ପରେ ସଲମାନ ଖାନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଏପରିକି ସେ ଡିପରେସନରେ ମଧ୍ୟ ଚାଲିଯାଇଥିଲେ ସଲମାନ ଖାନଙ୍କ ସହ ବ୍ରେକଅପ୍ ହେବାର କିଛି ସମୟ ପରେ ଐଶ୍ୱର୍ଯ୍ୟା ରାୟ ଅଭିନେତା ବିବେକ ଓବରଇଙ୍କ ନିକଟତର ହୋଇଥିଲେ। ଐଶ୍ୱର୍ଯ୍ୟା ରାୟ ଏବଂ ବିବେକ ଓବରଇଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ସଲମାନ ଖାନ ଖୁବ୍ ରାଗି ଯାଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସଲମାନ ଖାନ ବିବେକ ଓବରଇଙ୍କୁ ତାଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିଲେ। ଏନେଇ ବିବେକ ଓବରଇ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପ୍ରକାଶ କରିଥିଲେ । ଏହା ପରେ ଐଶ୍ୱର୍ଯ୍ୟା ରାୟ ବିବେକ ଓବରଇଙ୍କଠୁ ନିଜକୁ ଦୂରେଇ ରଖିଥିଲେ ।

ସଲମାନ ଖାନ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ହେଲେ ସେହି ସମୟରେ ଅଭିନେତ୍ରୀ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ । ଐଶ୍ୱର୍ଯ୍ୟା ରାୟ ସଲମାନଙ୍କୁ ବିବାହ ପାଇଁ ମନା କରି ଦେଇଥିଲେ । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଐଶ୍ୱର୍ଯ୍ୟା ରାୟ ହିଁ ପ୍ରଥମେ ସଲମାନ ଖାନଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ। ସେ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହୁଁଥିଲେ ଏବଂ ସଲମାନ ଖାନ ତାଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ଏଭଳି ପରିସ୍ଥିତିରେ ଐଶ୍ୱର୍ଯ୍ୟା ସଲମାନଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications