Get Updates
Get notified of breaking news, exclusive insights, and must-see stories!

ଟିକସ୍ ନ ଦେଇ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଘରେ ପହଞ୍ଚିଲା ନୋଟିସ୍

ଟିକସ୍ ନ ଦେଇ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଘରେ ପହଞ୍ଚିଲା ନୋଟିସ୍

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ନିଜ ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ସେ ଲାଇମଲାଇଟରେ ରହିଥାନ୍ତି । ହେଲେ ବର୍ତ୍ତମାନ ଟିକସ ନ ଦେଇ ଚର୍ଚ୍ଚାରେ ଅଭିନେତ୍ରୀ । ସୂଚନା ଅନୁସାରେ, ଐଶ୍ୱର୍ଯ୍ୟା ଜମି ଟିକସ୍ ବକେୟା ରଖିଥିବା କାରଣରୁ ନାସିକ ତସଲିଦାରଙ୍କ ତରଫରୁ ଅଭିନେତ୍ରୀଙ୍କ ଘରକୁ ଏକ ନୋଟିସ୍ ପଠାଯାଇଛି ।

Aishwarya Rai Bachchan

ମିଳିଥିବା ସୂଚନା ଅନୁଯାୟୀ, ସିନ୍ନର (ନାଶିକ) ତହସିଲଦାରଙ୍କ ତରଫରୁ ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନୋଟିସ ପଠାଯାଇଛି। ବାସ୍ତବରେ, ନାଶିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ୧ ହେକ୍ଟର ଜମି ଅଛି । ଏହି ଜମି ଉପରେ ପ୍ରାୟ ଏକ ବର୍ଷ ହେବ ୨୧,୯୬୦ ଟଙ୍କାର ଟିକସ ବକେୟା ରହିଛି । ଏହି ବକୟା ରାଶିକୁ ପୈଠ କରିବା ପାଇଁ ତହସିଲଦାରଙ୍କ ତରଫରୁ ଜାନୁଆରୀ ୯ରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୋଟିସ ପଠାଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ପାଖରେ ଏହି ନୋଟିସ୍ ପହଁଚି ପାରିଛି କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସୂଚନାନୁସାରେ, ଆଡୱାଡି ପାହାଡ ଅଞ୍ଚଳରେ ଐଶ୍ୱର୍ଯ୍ୟା ରାୟଙ୍କର ପ୍ରାୟ ଏକ ହେକ୍ଟର ଜମି ରହିଛି । ୧୨ ମାସ ହେଲା ବକେୟା ଟ୍ୟାକ୍ସ ବିଷୟରେ ଅଭିନେତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଯଦି ବକେୟା ଟିକସ ଦେବାରେ ବିଳମ୍ବ କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାସିକ ତହସିଲଦାନ କହିଛନ୍ତି । ଐଶ୍ୱର୍ଯ୍ୟାଙ୍କ ସମେତ ଅନ୍ୟ ୧୨୦୦ ଜଣ ସମ୍ପତ୍ତି ମାଲିକଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+