କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା, ଫ୍ୟାନ୍ସ କଲେ ସମାଲୋଚନା !
Cannes Film Festival: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2023ରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏଣ୍ଟ୍ରି ହୋଇସାରିଛି । ଏହା ତାଙ୍କର ୨୧ତମ ବର୍ଷ । ସେ ଏହି ଅନ୍ତାର୍ଜାତୀକ ଫେସଟିଭାଲର ରେଡ କାର୍ପେଟରେ ଅନେକ ଥର ନିଜ ଜଲୱା ଦେଖାଇ ସାରିଛନ୍ତି । ଗତକାଲି ଅର୍ଥାତ୍ ୧୮ ତାରିଖରେ କାନ୍ସରେ ଅଭିନେତ୍ରୀଙ୍କର ସୌନ୍ଦର୍ଯ୍ୟର ଝଲକ ଦେଖିବା ପାଇଁ ମିଳିଥିଲା । ତାଙ୍କ ଡ୍ରେସ୍, ଷ୍ଟାଇଲ୍ ସମସ୍ତଙ୍କୁ କରିଥିଲା ମତୁଆଲା ।
ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଡ୍ରେସକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଲାଇକ୍ସର ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନା ଏକ ହୁଡି ଗାଉନ୍ ପିନ୍ଧି ରେଡକାର୍ପେଟରେ ୱାକ୍ କରିଥିଲେ । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ବୁଧବାର ଦିନ କାନ୍ସ 2023ରେ ଯୋଗଦେବା ପାଇଁ ପହଞ୍ଚିଥିଲେ । ଇଣ୍ଡିଆନା ଜୋନ୍ସ ଏବଂ ଡାଏଲ୍ ଅଫ୍ ଡେଷ୍ଟିନୀର ସ୍କ୍ରିନିଂ ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ରେଡ୍ କାର୍ପେଟରେ ଦେଖିବା ପାଇଁ ମିଳିଥିଲା । ଅଭିନେତ୍ରୀଙ୍କର ଲୁକକୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରୁଛନ୍ତି । ଏହି ଲୁକ୍ ପାଇଁ ଟ୍ୱିଟରରେ ଐଶ୍ୱର୍ଯ୍ୟା ରାୟଙ୍କୁ ପରିହାସ କରାଯାଉଛି ।













Click it and Unblock the Notifications