ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ କାରଣ.....
ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି। ବଚ୍ଚନ ପରିବାରର ବୋହୂ ତାଙ୍କ ଝିଅର ଲାଳନପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତଥାପି କୌଣସି ନା କୌଣସି କାରଣରୁ ସେ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। କେତେବେଳେ ନିଜର ପାରିବାରିକ ବିବାଦକୁ ନେଇ ତ ଆଉ କେତେବେଳେ ନିଜ କ୍ୟାରିୟରକୁ ନେଇ। ଆଉ ଏବେ ଐଶ୍ୱର୍ଯ୍ୟା ପୁଣିଥରେ ଖବର ଭିତରକୁ ଟାଣି ହୋଇ ଆସିଛନ୍ତି। କାରଣ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ଐଶ୍ୱର୍ଯ୍ୟା। ହେଲେ ଆପଣ ଭାବୁଥିବେ ତାଙ୍କ ପାରିବାରିକ କାରଣକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ସେ କହିଛନ୍ତି ଯେ ଯେଉଁ ସ୍କ୍ରିନସଟଗୁଡ଼ିକରେ ଫଟୋଗ୍ରାଫଗୁଡ଼ିକୁ ବିକୃତ କରାଯାଇଛି, ତାହା କେବେବି ଐଶ୍ୱର୍ଯ୍ୟା ରାୟଙ୍କର ନୁହେଁ। ଏଗୁଡ଼ିକ ସବୁ AI ଦ୍ୱାରା ଜେନେରେଟେଡ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୫, ୨୦୨୬ରେ ହେବ। ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଏବଂ ବାଣିଜି୍ୟକ ଉତ୍ପାଦରେ ତାଙ୍କ ନାମ, ଫଟୋଗ୍ରାଫ ଏବଂ ସାର୍ବଜନୀନ ବ୍ୟକ୍ତିତ୍ୱର ଅନଧିକୃତ ବ୍ୟବହାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ବିଚାରପତି ତେଜସ କାରିଆଙ୍କ ନେତୃତ୍ୱରେ କୋର୍ଟ ମାମଲାର ଶୁଣାଣି କରି ଏପରି ଅନଧିକୃତ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଆଦେଶ ଜାରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।













Click it and Unblock the Notifications