ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ହେବେ କି ଡିଭୋର୍ସ, ଅମିତାଭ ବଚ୍ଚନ ଜନ୍ମଦିନର ଏପରି ଭିଡିଓ ହେଲା ଭାଇରାଲ
Aishwarya Rai and Abhishek Bachchan News: ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ଯେ ଉଭୟ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଗୁଜବ ଉପରେ ଦମ୍ପତି କିମ୍ବା ସେମାନଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ବର୍ତ୍ତମାନ ଅମିତାଭ ବଚ୍ଚନ ଏପରି କିଛି କରିଛନ୍ତି ଯେଉଁଥିରୁ ଏକ ପ୍ରକାର ସ୍ପଷ୍ଟ ହେଉଛି ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଖବର ପଛରେ ରହିଛି ସତ୍ୱତା ।
ଅମିତାଭ ବଚ୍ଚନ ଆଜିକାଲି କୌନ ବନେଗା କରୋଡପତୀ 16 ହୋଷ୍ଟ କରୁଛନ୍ତି । 11 ଅକ୍ଟୋବର ଦିନ ତାଙ୍କ ଜନ୍ମଦିନ ସେଟରେ ବେଶ୍ ଧୂମଧାମରେ ସେଲିବ୍ରେଟ୍ କରାଯାଇଥିଲା । ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ପରିବାର ତାଙ୍କୁ ଏକ ବିଶେଷ ବାର୍ତ୍ତା ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ପୁରା ପରିବାରର ଶୁଭେଚ୍ଛା ବାର୍ତ୍ତା ରହିଥିଲା । ଏପରିକି ପତ୍ନୀ ଜୟା ବଚ୍ଚନ,ଝିଅ ଶ୍ୱେତା ନନ୍ଦା ବଚ୍ଚନ, ନାତି ଅଗସ୍ତ୍ୟ ନନ୍ଦା ଏବଂ ନାତୁଣୀ ନବୟା ନନ୍ଦାଙ୍କ ଭଡିଓ ରହିଥିଲା । ବିଗ୍ ବିଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ମଧ୍ୟ ଏଥିରେ ସାମିଲ ଥିଲା । ହେଲେ ଐଶ୍ୱର୍ଯ୍ୟା ରାୟଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନଥିଲା। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଏହା ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ହେବାର ଏକ ସୂଚକ।
ଐଶ୍ୱର୍ଯ୍ୟା ରାୟ 11 ଅକ୍ଟୋବରରେ ବିଳମ୍ବିତ ରାତିରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ହେଲେ ଉକ୍ତ ଦିନର KBC ଏପିସୋଡକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ଏହି ଭିଡିଓ କ୍ଲିପକୁ ସେୟାର ମଧ୍ୟ କରୁଥିବାର ଦେଖିବା ପାଇଁ ମିଳିଛି । ଏହା ବ୍ୟତୀତ, ଜଣେ ବ୍ୟକ୍ତି ଲେଖିଛନ୍ତି- 'ତାଙ୍କର କୌଣସି ଏକାଠି ଫଟୋ ନାହିଁ କାରଣ ସେମାନେ ଏକାଠି ରୁହନ୍ତି ।












Click it and Unblock the Notifications