Aishwarya Net Worth: ଆୟ ତୁଳନାରେ ଅଭିଷେକଙ୍କୁ ପଛରେ ପକାଇଛନ୍ତି ଐଶ୍ୱର୍ଯ୍ୟା

Aishwarya Net Worth: ଆୟ ତୁଳନାରେ ଅଭିଷେକଙ୍କୁ ପଛରେ ପକାଇଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ । ୧୯୭୩ ମସିହାରେ ଆଜିର ଦିନରେ ସେ କର୍ଣ୍ଣାଟକର ମାଙ୍ଗଲୋରରେ ଜନ୍ମଗ୍ରହଣ କରିଥିଲେ । ହେଲେ ପରବର୍ତ୍ତି ସମୟରେ ସେ ନିଜ ପରିବାର ସହ ମୁମ୍ବାଇ ଚାଲିଆସିଥିଲେ ଓ ସେଠାରେ ହିଁ ନିଜ ପାଠ ପଢା ଶେଷ କରିଥିଲେ । ତାଙ୍କ ସୌନ୍ଦର୍ଯ୍ୟ ଓ ଆଖି ପାଇଁ ସାରା ବିଶ୍ୱରେ ପରିଚିତ ।

ତେବେ ବଲିଉଡ ଇଣ୍ତଷ୍ଟ୍ରିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଯୋଡିକୁ ସୁପହିଟ୍ ବୋଲି କୁହାଯାଏ । ଉଭୟଙ୍କ ସମ୍ପର୍କରେ କେବେ ବିବାଦ ଦେଖିବା ପାଇଁ ମିଳି ନାହିଁ । ସାଧାରଣତଃ କୁହାଯାଏ ଯେ ମହିଳାମାନେ ଯଦି ପୁରୁଷଙ୍କ ଅପେକ୍ଷା ଅଧିକ ସଫଳ ହୁଅନ୍ତି ବା ଅଧିକ ଆୟ କରନ୍ତି ତେବେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ ହେଲେ ଅଭିଷେକ ବଚ୍ଚନ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣ କରିଛନ୍ତି । ସେ ଅନେକ ଥର ବେଶ୍ ଗର୍ବର ସହ ନିଜ ପତ୍ନୀଙ୍କ ସଫଳତାକୁ ସେଲିବ୍ରେଟ୍ କରିଛନ୍ତି । ଫିଲ୍ମ 'ଗୁରୁ' ସେଟରୁ ହିଁ ଅଭିଷେତ-ଐଶ୍ୱର୍ଯ୍ୟା ପ୍ରେମ ଆରମ୍ଭ ହୋଇଥିଲା । ଏକ ନକଲି ମୁଦି ପିନ୍ଧାଇ ଜୁନିଅର ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍ କରିଥିଲେ । ଅଭିନେତ୍ରୀ ମଧ୍ୟ ରାଜି ହୋଇଯାଇଥିଲେ । ୨୦୦୭ରେ ଦୁହେଁ ବିବାହ କରିଥିଲେ । ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା କେତେ ରହିଛି ତାଙ୍କ ନେଟ୍ ୱର୍ଥ ।

Aishwarya

ଅଭିନୟ ବ୍ୟତୀତ ବ୍ୟବସାୟ କରନ୍ତି ଐଶ୍ୱର୍ଯ୍ୟା
ସେ ଜଣେ ସ୍ମାର୍ଟ ବ୍ୟବସାୟୀ ଯାହାକୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଅନେକ ଥର ପ୍ରମାଣ କରିଛନ୍ତି । ଐଶ୍ୱର୍ଯ୍ୟା 'Ambee'ନାମକ ଏକ କମ୍ପାନୀରେ ପ୍ରାୟ ଏକ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଯାହା ଏକ ଷ୍ଟାର୍ଟଅପ୍ ଅଟେ । ଏହା ବ୍ୟତୀତ ସେ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ 'Possible'ର ମଧ୍ୟ ନିବେଶକ ଅଟନ୍ତି । ଯେଉଁଥିରେ ସେ ପ୍ରାୟ ୫ କୋଟି ଟଙ୍କା ନିବେଶ କରିଛନ୍ତି । କେବଳ ଏତିକି ନୁହେଁ, ସେ ଗତ କିଛି ବର୍ଷ ଧରି 'L'Oréal Paris'ର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ।

ସେ ପ୍ରତିବର୍ଷ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'ରେ ଏହି ବ୍ରାଣ୍ଡର ପ୍ରତିନିଧିତ୍ୱ କରନ୍ତି । ରିପୋର୍ଟ ଅନୁଯାୟୀ, ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ଅଭିନେତ୍ରୀ ୮୦ ରୁ ୯୦ କୋଟି ଟଙ୍କା ଚାର୍ଚ୍ଚ କରନ୍ତି । ଏଥି ସହିତ, ଏକ ଚଳଚ୍ଚିତ୍ର ପାଇଁ ତାଙ୍କ ଭୂମିକା ଅନୁଯାୟୀ, ସେ ୧୦-୧୨ କୋଟି ନିଅନ୍ତି । ୧୯୯୪ ରେ ମିସ୍ ୱାର୍ଲ୍ଡ ପେଜେଣ୍ଟ ଜିତିବା ଠାରୁ ଆରମ୍ଭ କରି ବଲିଉଡରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ନେଟ୍ ୱର୍ଥ
ବଚ୍ଚନ ପରିବାରର ଏକମାତ୍ର ବୋହୂ ହେବା ସହିତ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଐଶ୍ୱର୍ଯ୍ୟାଙ୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମଧ୍ୟ ରହିଛି । ରିପୋର୍ଟ ଅନୁଯାୟୀ, ୫,୫୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଆପାର୍ଟମେଣ୍ଟର ମୂଲ୍ୟ ୨୧ କୋଟି ଟଙ୍କା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା ୭୭୬ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+