ଇଡି ଅଫିସରୁ ବାହାରିଲେ ଐଶ୍ୱର୍ଯ୍ୟା, 6 ଘଣ୍ଟା ଧରି ଚାଲିଥିଲା ଜେରା
ସୋମବାର ସନ୍ଧ୍ୟାରେ ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପରେ ପଚରାଉଚରା ପାଇଁ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିବା ଐଶ୍ୱର୍ଯ୍ୟା ରାୟଙ୍କର ଏକ ଭିଡ
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପରେ ପଚରାଉଚରା ପାଇଁ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିବା ଐଶ୍ୱର୍ଯ୍ୟା ରାୟଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀଙ୍କୁ ଗଗଲ୍ସ ଏବଂ ମାସ୍କ ଥିବା ମିଡିଆ ବ୍ୟକ୍ତିମାନେ ଘେରି ରହିଥିବାର ନଜର ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରାୟ 6 ଘଣ୍ଟା 30 ମିନିଟ୍ ଧରି ପଚରାଉଚରା କରାଯାଇଥିଲା। ଏହି ଘଟଣାରେ ଭେଟେରାନ ଅଭିନେତା ତଥା ଐଶ୍ୱର୍ଯ୍ୟାଙ୍କ ଶ୍ୱଶୁର ଅମିତାଭ ବଚ୍ଚନଙ୍କୁ ମଧ୍ୟ ପ୍ରଶ୍ନ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି।

ଚଳିତ ବର୍ଷ ସେପ୍ଟେମ୍ବର 9 ରେ ପାନାମା ପେପର ଲିକ୍ ମାମଲାରେଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିରୋଧରେ ଇଡି ସମନ ଜାରି କରିଥିଲା । ପରେ ଏହାକୁ ମୁମ୍ବାଇର ବଚ୍ଚନ ପରିବାରର ଘର (ପ୍ରତୀକ) ଠିକଣାକୁ ପଠାଯାଇଥିଲା ଏବଂ ଅଭିନେତ୍ରୀଙ୍କୁ ଉତ୍ତର ଦେବା ପାଇଁ 15 ଦିନ ସମୟ ଦିଆଯାଇଥିଲା । ସୂଚନାନୁସାରେ, ଏହି ସମନ ଉତ୍ତରକୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ପଠାଇଛନ୍ତି। ଏହା ବ୍ୟତୀତ, ଐଶ୍ୱର୍ଯ୍ୟା ପାନାମା ପେପରରେ 2005 ମସିହାରୁ ଟିକସ ଛାଡିବା ସହିତ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜରେ ଗଠିତ ଏକ ନକଲି କମ୍ପାନୀ ସହ ଲିଙ୍କ ଥିବା ଅଭିଯୋଗ ହୋଇଥିଲା।
ପାନାମା ପେପର କ'ଣ?
ଏହି ଡକ୍ୟୁମେଣ୍ଟଗୁଡ଼ିକ ସର୍ବଭାରତୀୟ ସ୍ତରରେ ସାମ୍ନାକୁ ଆସିବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ 2016 ମସିହାରୁ ଏହି ମାମଲାର ଯାଞ୍ଚ କରୁଛି। 2015 ରେ, ପାନାମା ପେପର ଲିକ୍ ମାମଲାରେ ଏକ କମ୍ପାନୀ ମୋସାକ୍ ଫୋନ୍ସେକାର 11.5 କୋଟିରୁ ଅଧିକ ଆଇନଗତ ଡକ୍ୟୁମେଣ୍ଟ ଲିକ୍ ହୋଇଥିଲା । ଏପ୍ରିଲ୍ 3, 2016 ରେ, ପାନାମା ପେପରସ୍ ନାମରେ ଜର୍ମାନ ଖବରକାଗଜ (SZ) ଦ୍ୱାରା ଏହା ସମ୍ବନ୍ଧୀୟ ଆକଳନ ପ୍ରକାଶ ପାଇଲା । ଭାରତ ସହିତ ଶିଳ୍ପପତି, ସେଲିବ୍ରିଟି, ପ୍ରାୟ 200 ଦେଶର ନେତାଙ୍କ ନାମ ଏହି ଡକ୍ୟୁମେଣ୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା ।












Click it and Unblock the Notifications