୨୪ ବର୍ଷ ବୟସରେ ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ଆଣ୍ତ୍ରିଲା ଶର୍ମାଙ୍କ ପରଲୋକ

ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ଆଣ୍ତ୍ରିଲା ଶର୍ମାଙ୍କ ଦେହାନ୍ତ

Aindrila Sharma Passed Away: ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ଆଣ୍ତ୍ରିଲା ଶର୍ମାଙ୍କ ଦେହାନ୍ତ । ବ୍ରେନ୍ ଷ୍ଟ୍ରୋକ୍ ଏବଂ ହୃଦ୍‌ଘାତ ଯୋଗୁଁ କୋଲକାତା ଡାକ୍ତରଖାନାରେ ଚିକିତ୍ସା ସମୟରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ଆଣ୍ତ୍ରିଲା କୋମାରେ ଥିବା ନେଇ ସୂଚନା ରହିଛି । ତାଙ୍କର ସମସ୍ତ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରିର ଅନେକ କଳାକର ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ହେଲେ ରବିବାର ଦିନ Aindrilaଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମସ୍ତଙ୍କୁ ଝଟକା ଲାଗିଛି ।

Aindrila Sharma Passed Away

ମାତ୍ର ୨୪ ବର୍ଷ ବୟସରେ, ଆଣ୍ତ୍ରିଲା ଶର୍ମା ଦୁନିଆକୁ ଅଲବିତା କହି ଚାଲିଯାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୁବ୍ କମ ବୟସରେ ହିଁ ଅଭିନେତ୍ରୀ କର୍କଟ ପରି ମାରାତ୍ମକ ରୋଗକୁ ମାତ ଦେଇଥିଲେ । ସୂଚନା ଅନୁସାରେ ନଭେମ୍ବର ୧ ରେ ଆଣ୍ତ୍ରିଲା ଶର୍ମା ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ଏହା ପରେ ତାଙ୍କ ଅବସ୍ଥା ଅଧିକ ବିଗିଡିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ, ନଭେମ୍ବର ୧୪ରେ ଡାକ୍ତରଖାନାରେ ଭର୍ତ୍ତିଥିବା ସମୟରେ ଅନେକ ଥର ହୃଦ୍‌ଘାତର ଶିକାର ହୋଇଥିଲେ ଆଣ୍ତ୍ରିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ନଭେମ୍ବର ୨୦ରେ Aindrila କୋଲକାତାର ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରବିବାର ଦିନ ସେ ପୁଣି ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଜି ଦିନ ୧୨.୫୯ ରେ ତାଙ୍କର ମୃତ୍ୟୁ ହୋଇଛି । ଆଣ୍ତ୍ରିଲା ଶର୍ମାଙ୍କୁ ଅନେକ ଟିଭି ସିରିଏଲରେ ଦେଖିବା ପାଇଁ ମିଳିଥିଲା । ସେ ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ।

ସୂଚନାଥାଉ ଯେ, ଅଭିନେତ୍ରୀ ଆଣ୍ତ୍ରିଲା ଶର୍ମା ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ କଣ୍ଠଶିଳ୍ପୀ ଅରିଜିତ୍ ସିଂ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+