ଦର୍ଶକଙ୍କୁ ପସନ୍ଦ ଆସୁଛି ‘ସୈୟାରା’,ମୋହିତ ସୁରୀଙ୍କ ଏହି ଫିଲ୍ମି ହେଲା ସୁପରହିଟ୍
ଚର୍ଚ୍ଚାରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର 'ସୈୟାରା' । 'ଆଶିକୀ ୨' ଏବଂ 'ଏକ ଭିଲେନ' ଭଳି ସୁପରହିଟ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ କମ୍ବ୍ୟାକ କରିଛନ୍ତି। ଫିଲ୍ମରେ ପ୍ରେମ, ଆବେଗ, ଯନ୍ତ୍ରଣା ଏବଂ ଆକାଂକ୍ଷାର କାହାଣୀ ପ୍ରଦର୍ଶିତ ହୋଇଛି। 'ସୈୟାରା' ସମ୍ପୂର୍ଣ୍ଣ ରୂପେ ଏକ ରୋମାଣ୍ଟିକ-ଲଭ ଷ୍ଟୋରୀ। ଫିଲ୍ମର ଗୀତଗୁଡ଼ିକ ପୂର୍ବରୁ ହିଁ ସୁପରହିଟ ହୋଇସାରିଛି, ଏବଂ ଆଡ଼ଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖାଯାଇଥିଲା।
ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପ୍ରଥମ ଦିନ ପାଇଁ ୨ଡି ଫର୍ମାଟରେ ଦେଶବ୍ୟାପୀ ୩ ଲକ୍ଷ ୮୦ ହଜାର ୮୪୭ ଟିକେଟ ବିକ୍ରି କରିଛି ଆଡ଼ଭାନ୍ସ ବୁକିଂରେ ଫିଲ୍ମଟି ୯.୩୯ କୋଟି ଟଙ୍କା ଆୟ କରିଥିବା ବେଳେ, ବ୍ଲାକ ସିଟ୍ ସହିତ ଏହାର ଆୟ ୧୨.୪୯ କୋଟି ଟଙ୍କା ହୋଇଛି।

୨୦୨୫ର ସର୍ବାଧିକ ଆଡ଼ଭାନ୍ସ ବୁକିଂ ତାଲିକାରେ ଏହା ଅକ୍ଷୟ କୁମାରଙ୍କ 'କେସରୀ ଚାପ୍ଟର ୨' (୧.୮୪ କୋଟି), 'ଜାଟ' (୨.୫୯ କୋଟି) ଏବଂ ଅମୀର ଖାନଙ୍କ 'ସିତାରେ ଜମୀନ ପର' (୩.୩୧ କୋଟି)କୁ ପଛରେ ପକାଇ ଟପ୍ ୫ ବଲିଉଡ ପ୍ରି-ସେଲ୍ସରେ ସ୍ଥାନ ପାଇଛି।












Click it and Unblock the Notifications