ମନରେଗା ଯୋଜନାରେ ଓଡ଼ିଶାର ବଡ଼ ସଫଳତା ,ପୁଣି ସାଉଁଟିଲା କେନ୍ଦ୍ରର ପ୍ରଶଂସା
Again Odisha Applauded for Manerga Projects by Centre :ମନରେଗା ଯୋଜନାରେ ଓଡ଼ିଶାର ବଡ଼ ସଫଳତା ,ପୁଣି ସାଉଁଟିଲା କେନ୍ଦ୍ରର ପ୍ରଶଂସା
ଭୁବନେଶ୍ୱର: ବିରୋଧୀଙ୍କ ମୁହଁ ବନ୍ଦ କଲା କେନ୍ଦ୍ରର ସାର୍ଟିଫିକେଟ । ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା । ମନରେଗା ଯୋଜନା ମାଧ୍ୟମରେ ଓଡ଼ିଶା ଲୋକଙ୍କୁ କାମ ଯୋଗାଇବାରେ ରେକର୍ଡ ସୃଷ୍ଟି କରିଛି । ଅନେକ ରାଜ୍ୟକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ରହିବା ସହ ପୁଣି କେନ୍ଦ୍ରର ଗୁଡ୍ ଲିଷ୍ଟରେ ସାମିଲ୍ ହୋଇଛି । କେନ୍ଦ୍ରବର୍ତ୍ତିକ ଯୋଜନା ଯେପରି ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପରି ଯୋଜନାକୁ ସଠିକ୍ ଓ ସୟମ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାକୁ ମିଳିଛି ବଡ଼ ସଫଳତା । ରାଜ୍ୟର ସଫଳତାକୁ ନିଜେ କେନ୍ଦ୍ର ସରକାର ହିଁ ପ୍ରଶଂସା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ସୂଚନା ରଖିଛନ୍ତି ।

ମନରେଗା ଯୋଜନା ମାଧ୍ୟମରେ ଗତ ସାଢେ ତିନି ବର୍ଷ ମଧ୍ୟରେ ୧୭ ଲକ୍ଷ ୮୯ ହଜାର ୬୬୭ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । କୋଭିଡ ମହାମାରୀ ସମୟରେ ଯେତେବେଳେ କାମ ନପାଇ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରୁଥିଲେ ସେତେବେଳେ ଓଡି଼ଶା ଏପରି ଏକ ରାଜ୍ୟ ଥିଲା ଯିଏ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ମନରେଗା ହିତାଧିକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇଥିଲା । ଯେଉଁଥି ପାଇଁ ଆଜି କେନ୍ଦ୍ରରେ ରାଜ୍ୟର ପ୍ରଶଂସା କରାଯାଉଛି ।
କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୧୭ ହଜାର ୯୨୯ଟି ରାସ୍ତାରୁ ଗତ ୨୨ ତାରିଖ ସୁଦ୍ଧା ୧୬ ହଜାର ୫୪୯ଟି ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ସଂଖ୍ୟାଠାରୁ ଚଳିତମାସ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୫୦% ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଗୋଟେ ପରେ ଗୋଟେ ସଫଳତା ହାସଲ କରୁଛି ରାଜ୍ୟ । ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ଓ ପ୍ରଶଂସା ସାଉଁଟିଛି ।












Click it and Unblock the Notifications