ଦୀର୍ଘ ଦିନ ପରେ ବଡ଼ ପରଦାରେ ଏହି ହସିନାଙ୍କ ସହ ନଜର ଆସିବେ ଅକ୍ଷୟ କୁମାର
Akshay Kumar: ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ହରର୍-କମେଡି ଫିଲ୍ମ "ଭୂତ ବଙ୍ଗଳା" । ଏନେଇ ନିଜେ ଅଭିନେକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଜୟପୁରରେ ପରେଶ ରାୱଲଙ୍କ ସହ ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ମିଳୁଛି ।

ଏହା ସହିତ ସୋସିଆଲ ମିଡିଆରେ ତବୁ ଏକ ପୋଷ୍ଟା ସେୟାର କରି ପ୍ରଶଂସକଙ୍କ ମନରେ ଉତ୍ସାହ ବୃଦ୍ଧି କରିଛନ୍ତି । ଅଭିନେତ୍ରୀ ତାଙ୍କ ପୋଷ୍ଟରେ କ୍ୟାପସନରେ ଲେଖିଛନ୍ତି 'ମୁଁ ଏଠି ବନ୍ଦ ଅଛି' । ତବୁ ଶେଷ ଥର ପାଇଁ ଏକତା କପୁରଙ୍କ ଫିଲ୍ମ "କ୍ରୁ"ରେ ନଜର ଆସିଥିଲେ। ଏକତା ମଧ୍ୟ ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି , "ସ୍ୱାଗତ, ସର୍ବଦା ସମ୍ମାନର ପାତ୍ର ତବୁ ମ୍ୟାଡାମ୍।"ଭୂତ ବଙ୍ଗଳା"ରେ ଏକ କମେଡି ଓ ହରର୍ ଫିଲ୍ମ। ।'
ଏହି ପ୍ରୋଜେକ୍ଟରେ ତବୁଙ୍କ ଏଣ୍ଟ୍ରି ଆହୁରି ରୋମାଞ୍ଚକ କରିବ ରହିବ ବୋଲି ଆଶା କରାଯାଉଛି । ତେବେ ବଡ଼ ପରଦାରେ ଅକ୍ଷୟ ଏବଂ ତବୁଙ୍କ କେମେଷ୍ଟ୍ରୀ କିପରି ରହିବ ତାହା ଦେଖିବା ବାକି ରହିଲା । 'ଭୂତ ବଙ୍ଗଳା' ଏହି ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେବ ବୋଲି ଆଶା କରାଯାଉଛି ।
ଏହି ଚଳଚ୍ଚିତ୍ରଟି ୨୦୨୬ରେ ମୁକ୍ତିଲାଭ କରିବ। 'ଭୂତ ବଙ୍ଗଳା' ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି ଏବଂ ଏହା ଶୋଭା କପୁର, ଏକତା କପୁର ଏବଂ ଅକ୍ଷୟ କୁମାରଙ୍କ ପ୍ରଯୋଜନା ସଂସ୍ଥା, କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ। ଫିଲ୍ମର ସହ-ପ୍ରଯୋଜକ ହେଉଛନ୍ତି ଫାରାହ ଶେଖ୍ ଏବଂ ବେଦାନ୍ତ ବାଲି। ଭୂତ ବଙ୍ଗଳା ୨ ଏପ୍ରିଲ ୨୦୨୬ରେ ମୁକ୍ତିଲାଭ କରିବ।












Click it and Unblock the Notifications