ଶାହାରୁଖ ଖାନ, ପ୍ରିତି ଜିଣ୍ଟାଙ୍କ ପରେ ଅକ୍ଷୟ କୁମାର କିଣିଲେ ନୂଆ କ୍ରିକେଟ୍ ଟିମ୍

Akshay Kumar Cricket Team: ଅନେକ ବଲିଉଡ ସୁପରଷ୍ଟାର ଅଭିନୟ ସହ କ୍ରିକେଟରେ ମଧ୍ୟ ଖାସ ରୁଚି ରଖନ୍ତି । ସେହିପରି ଅନେକ ସେଲିବ୍ରିଟି କ୍ରିକେଟ ଟିମର ମାଲିକ ମଧ୍ୟ । ଏହି ଲିଷ୍ଟରେ ଶାହାରୁଖ ଖାନ, ଜୁହି ଚାୱାଲା ଏବଂ ପ୍ରୀତି ଜିଣ୍ଟାଙ୍କ ପରି ଷ୍ଚାରଙ୍କ ନାଁ ସାମିଲ ଅଛି । ବର୍ତ୍ତମାନ ବଲିଉଡର ଖିଲାଡି କୁମାରଙ୍କ ନାଁ ଏହି ତାଲିକାରେ ଯୋଡି ହୋଇଛି। ଆଜ୍ଞା ହଁ ଅକ୍ଷୟ କୁମାର ମଧ୍ୟ ଏକ କ୍ରିକେଟ୍ ଦଳର ମାଲିକ ହୋଇଛନ୍ତି ।

ଅକ୍ଷୟ କୁମାର କ୍ରିକେଟ୍ ଦଳର ମାଲିକ ଥିବା ସୁପରଷ୍ଟାର ଲିଗରେ ମଧ୍ୟ ଯୋଗ ଦେଇଛନ୍ତି। ଅଭିନେତା ନିକଟରେ ନୂତନ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଶ୍ରୀନଗର ଦଳ କିଣିଛନ୍ତି, ଏହା ପ୍ରଥମ ଟେନର ବଲ୍ ଟି 10 କ୍ରିକେଟ୍ ଟୁର୍ନାମେଣ୍ଟ । ଯାହା ମାର୍ଚ୍ଚ 2 ରୁ ମାର୍ଚ୍ଚ 9, 2024 ପର୍ଯ୍ୟନ୍ତ ଷ୍ଟାଡିୟମ ଭିତରେ ଖେଳାଯିବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଖିଲାଡି କୁମାରଙ୍କର କ୍ରୀଡା ଏବଂ ମାର୍ଶଲ ଆର୍ଟ ପ୍ରତି ଗଭୀର ଉତ୍ସାହ ରହିଛି । ଇଟାଇମ୍ସ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର କହିଛନ୍ତି, "ଆଇପିଏଲ ଏବଂ ଶ୍ରୀନଗର ଦଳର ଅଂଶ ହୋଇ ମୁଁ ବହୁତ ଖୁସି। ଏହି ଟୁର୍ନାମେଣ୍ଟ କ୍ରିକେଟ୍ ଦୁନିଆରେ ଖେଳ ପରିବର୍ତ୍ତନକାରୀ ହେବ ଏବଂ ମୁଁ ଏହି ଅନନ୍ୟ କ୍ରୀଡା ପ୍ରୟାସର ଅଗ୍ରଭାଗରେ ରହିବାକୁ ଆଗ୍ରହୀ ଅଟେ। ଅକ୍ଷୟ କୁମାର ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ରିକେଟ୍ ଦଳ କିଣିଥିବା ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

Akshay Kumar

ଅକ୍ଷୟ କୁମାରଙ୍କ ଶେଷ ଚଳଚ୍ଚିତ୍ର ଥିଲା 'ମିଶନ୍ ରାନିଗଞ୍ଜ' ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା। ତେବେ 2024 ତାଙ୍କ ପାଇଁ ଖୁବ୍ ଭଲ ରହିବ ବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ଅଲି ଅବାସ ଜାଫରଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଏପ୍ରିଲରେ ମୁକ୍ତିଲାଭ କରିବ । ଯେଉଁଥିରେ ପ୍ରଥମ ଥର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ସେହିପରି ଖିଲାଡି କୁମାରଙ୍କୁ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ ଏଗେନ୍ ରେ ମଧ୍ୟ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+