Get Updates
Get notified of breaking news, exclusive insights, and must-see stories!

ସତୀଶ କୌଶିକଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ମିଳିବା ପରେ, ଫାର୍ମ ହାଉସର CCTV ଯାଞ୍ଚ୍ କଲା ଦିଲ୍ଲୀ ପୋଲିସ

ସତୀଶ କୌଶିକଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ଦିଲ୍ଲୀ ପୋଲିସ ଶନିବାର ଫାର୍ମହାଉସ ପରିଦର୍ଶନ କରିଛି ଯେଉଁଠାରେ ଭେଟେରାନ ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ହୋଲି ପାର୍ଟୀ ହୋଇଥିଲା ।

satish kaushik

Satish Kaushik death: ବଲିଉଡର ପ୍ରସିଦ୍ଧ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଆକସ୍ମିକ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ସମୟରେ ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିନେତା ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ଅଭିନେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ହାତରେ ଲାଗିଛି ।

ବର୍ତ୍ତମାନର ରିପୋର୍ଟ ଅନୁସାରେ, ସତୀଶ କୌଶିକଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ଦିଲ୍ଲୀ ପୋଲିସ ଶନିବାର ଫାର୍ମହାଉସ ପରିଦର୍ଶନ କରିଛି ଯେଉଁଠାରେ ଭେଟେରାନ ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ହୋଲି ପାର୍ଟୀ ହୋଇଥିଲା । ସେହିପରି ବର୍ତ୍ତମାନ ଖବର ଏହା ମଧ୍ୟ ରହିଛି ଯେ, ରିପୋର୍ଟ ପାଇବା ପରେ ଦିଲ୍ଲୀ ପୋଲିସ ଶନିବାର ଦିନ ପୁଣି ଫାର୍ମ ହାଉସରେ ପହଞ୍ଚି ସିସିଟିଭି ଫୁଟେଜର ଯାଞ୍ଚ କରିଛି ।

ପୋଲିସ ସୂତ୍ର ଅନୁଯାୟୀ, ସ୍ୱର୍ଗତ ଅଭିନେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ଦିଲ୍ଲୀ ପୋଲିସ ପୁଣି ଫାର୍ମ ହାଉସରେ ପହଞ୍ଚି ସିସିଟିଭି ଫୁଟେଜ ସ୍କାନ କରିଥିଲା। ଖବର ଏହା ମଧ୍ୟ ରହିଛି ଯେ, ୬୬ ବର୍ଷିୟ ଅଭିନେତାଙ୍କ ମୃତ୍ୟୁର ତଦନ୍ତ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି କରାଯିବ । ସେହିପରି ପୋଷ୍ଟମର୍ଟମରେ ଡାକ୍ତରମାନେ ଅଭିନେତାଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହଜନକ ସନ୍ଧାନ ପାଇ ନାହାଁନ୍ତି ବୋଲି ମଧ୍ୟ ଖବର ରହିଛି । ଦିଲ୍ଲୀ ପୋଲିସ ବର୍ତ୍ତମାନ ସ୍ୱର୍ଗତ ଅଭିନେତାଙ୍କ ରକ୍ତ ନମୁନା ଏବଂ ହୃଦୟ ରିପୋର୍ଟକୁ ଅପେକ୍ଷା କରିଛି ।

ଏହାପୂର୍ବରୁ ଦିଲ୍ଲୀ ପୋଲିସର ସୂତ୍ରରୁ ପ୍ରକାଶ ଯେ, ଯେଉଁ ଫାର୍ମ ହାଉସରେ ହୋଲି ପାର୍ଟି ହୋଇଥିଲା ସେହି ସ୍ଥାନରେ କିଛି ଆପତ୍ତି ଜନକ ଔଷଧ ପ୍ୟାକେଟ୍ ମିଳିଥିବା ନେଇ ସୂଚନା ରହିଛି । ତେବେ ଫାର୍ମ ହାଉସରୁ ମିଳିଥିବା ଔଷଧ ପ୍ୟାକେଟ୍ କାହାର ବା କାହା ପାଇଁ ଆସିଥିଲା ଏହା ବ୍ୟବହାର କ'ଣ ଜାଇିବା ପାଇଁ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ସେହି ସମୟରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୃଦଘାତ ଯୋଗୁଁ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ରହିଛି । ଏହାରି ମଧ୍ୟରେ ସ୍ୱର୍ଗତ ଅଭିନେତାଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି, ହୃଦୟର ନମୁନା ସଂରକ୍ଷିତ କରାଯାଇଛି, ବର୍ତ୍ତମାନ ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+