Get Updates
Get notified of breaking news, exclusive insights, and must-see stories!

ଭାରତର ସବୁଠାରୁ ବଡ ଆକ୍ସନ୍ ଫିଲ୍ମରେ ସଲମାନ ଏବଂ ଶାହରୁଖ ଏକାଠି ନଜର ଆସିପାରନ୍ତି !

After long time Sharukh khan & Salman khan may Appear in Action Movie..ସିନେପ୍ରେମୀଙ୍କ ପାଇଁ ରିହିଛ ଏକ ଖୁସି ଖବର । ମିଡିଆ ରିପୋର୍ଟ ଅନୁସାରେ ସଲମାନ ଓ ଶାହାରୁଖଙ୍କ ଯୋଡିକୁ ପୁଣି ଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ

ମୁମ୍ବାଇ:ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ଶାହାରୁଖ ଖାନଙ୍କୁ ନେଇ ପ୍ରାୟତଃ ଚର୍ଚ୍ଚା ଲାଗିରହିଥାଏ । ସିନେପ୍ରେମୀଙ୍କ ପାଇଁ ରିହିଛ ଏକ ଖୁସି ଖବର । ମିଡିଆ ରିପୋର୍ଟ ଅନୁସାରେ ସଲମାନ ଓ ଶାହାରୁଖଙ୍କ ଯୋଡିକୁ ପୁଣି ଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । ହେଲେ ଏଥର ଉଭୟ ଷ୍ଟାର ଏକ ଫୁଲ୍ ଟାଇମ୍ ଫିଲ୍ମରେ ନଜର ଆସିପାରାନ୍ତି ।

 SALMAN SRK

ସୂଚନାଅନୁସାରେ ବିଟାଉନର ଏହି ସୁପରଷ୍ଟାରଙ୍କ ଯୋଡି ଖୁବ ଶିଘ୍ର ଏକ ଫିଲ୍ମରେ ଏକାଠି ନଜର ଆସିବେ । ତେବେ ଏହା ଏକ ବଡ଼ ଆକ୍ସନ ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ହୋଇପାରେ ଯାହା ଆଦିତ୍ୟ ଚୋପଡାଙ୍କର ୟସରାଜ ଫିଲ୍ମ ପ୍ରଡକ୍ସନ ତରଫ ପ୍ରସ୍ତୁତ କରାଯିବ । ଏହାସହ ଆଦିତ୍ୟ ଚୋପଡା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁସାରେ ଆଦିତ୍ୟ ଚୋପ୍ରା ଏଭଳି ଏକ ଆକ୍ସନ ଫିଲ୍ମ ବିଷୟରେ ଚିନ୍ତା କରୁଛନ୍ତି ଯାହା ବଲିଉଡରେ ଆକ୍ସନ ଚିଳଚ୍ଚିତ୍ରର ସଂଜ୍ଞା ବଦଳାଇଦେବ । ତେବେ ଏପର୍ଯ୍ୟନ୍ତ ଏହାର କୌଣସି ଅଫିସିଆଲ ଅନାଉନ୍ସମେଣ୍ଟ କରାଯାଇ ନାହିଁ ।

ଫିଲ୍ମ କରନ ଅର୍ଜୁନ ଶାହାରୁଖ ଓ ସଲମାନଙ୍କ କରିୟରର ସବୁଠୁ ବଡ ସିନେମା ମଧ୍ୟରୁ ଗୋଟେ ।ଏହାପରେ ସଲମାନ ଓ ଶାହାରୁଖ କୁଛ କୁଛ ହୋତା ହୈ ,ହମ ତୁମାହାରେ ହଁ ସନମ ,ହର ଦିନ ଜୋ ପ୍ୟାର କରେଗା ,ଟ୍ୟୁବଲାଇଟ୍ ଭଳି ସିନେମାରେ ନଜର ଏକାଠି ନଜର ଆସିଥିଲେ । କିନ୍ତୁ ଯଦି ଆଦିତ୍ୟ ଚୋପ୍ରାଙ୍କ ଏହି ଫିଲ୍ମ ନିର୍ମିତ ହୁଏ,ତେବେ ଦୀର୍ଘ ସମୟ ପରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକ ପୂରା ସମୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+