For Quick Alerts
Turn On Notification  
For Daily Alerts
Oneindia App Download

'କବୀର ସିଂ' ପରେ ଭିକାରୀ ଭଳି ଫିଲ୍ମ ଖୋଜୁଥିଲେ ଶାହିଦ୍; ଜାଣନ୍ତୁ, କାରଣ...

ବଲିଉଡ ଅଭିନେତା ଶାହିଦ କପୁରଙ୍କ ନୂଆ ଫିଲ୍ମ ଜର୍ସିର ଟ୍ରେଲର ରିଲିଜ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଶାହିଦଙ୍କ ଫିଲ୍ମକୁ ଅପେକ୍ଷା କରିଥିଲେ। ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁଛି ।

|

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ନୂଆ ଫିଲ୍ମ ଜର୍ସିର ଟ୍ରେଲର ରିଲିଜ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଶାହିଦଙ୍କ ଫିଲ୍ମକୁ ଅପେକ୍ଷା କରିଥିଲେ। ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁଛି । ଏହାପୂର୍ବରୁ ଶାହିଦ କପୁରଙ୍କ ଫିଲ୍ମ କବୀର ସିଂ ଆସିଥିଲା। ଯାହା ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା, କିନ୍ତୁ ଜର୍ସିର ଟ୍ରେଲର ଲଞ୍ଚରେ କବୀର ସିଂ ଏପରି ଖୁଲାସା କରିଥିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶାହିଦ କପୁରଙ୍କ ଫିଲ୍ମ କବୀର ସିଂ 2019 ରେ ମୁକ୍ତିଲାଭ କରିଥିଲା । କିନ୍ତୁ ଶାହିଦ କପୁର ପ୍ରକାଶ କରିଛନ୍ତି ଯେ, କବୀର ସିଂ ମୁକ୍ତଲାଭ କରିବା ପରେ ସେ ଭିକାରୀ ପରି ଫିଲ୍ମ ନିର୍ମାତାଙ୍କ ପାଖକୁ ଦୌଡୁଥିଲେ ।

Shahid Kapoor

କାହିଁକି ଏମିତି କହିଲେ ଶାହିଦ୍

ବଲିଉଡ ଲାଇଫକୁ ଦେଇଥିବା ଏକ ସାକ୍ଷାତକାରରେ ଶାହିଦ କପୁର କହିଛନ୍ତି ଯେ, ମୁଁ ସେହି ସମସ୍ତ ଲୋକଙ୍କ ନିକଟକୁ ଯାଇଥିଲି ଯେଉଁମାନେ 200-250 କୋଟି ମୂଲ୍ୟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ମୁଁ କେବେବି ଏହି କ୍ଲବର ଅଂଶ ହୋଇ ନାହିଁ, ତେଣୁ ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ଇଣ୍ଡଷ୍ଟ୍ରିରେ 15-16 ବର୍ଷ ବିତାଇବା ପରେ, ମୋର ଏତେ ବଡ଼ ଆୟକାରୀ ଫିଲ୍ଳ କେବେବି ହୋଇ ନାହିଁ । ତେଣୁ ଯେତେବେଳେ ମୁଁ ଏହି ଅଧିକାର ପାଇଲି ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ତେଣୁ ମୁଁ କେଉଁଠିକୁ ଯିବି ଜାଣି ନଥିଲି ।

ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି

ଆପଣଙ୍କୁ କହି ରଖୁ ଯେ, ଶାହିଦଙ୍କ ଫିଲ୍ମ ଜର୍ସି ହେଉଛି ତେଲୁଗୁ ହିଟ୍ ଫିଲ୍ମ ଜର୍ସିର ଏକ ହିନ୍ଦୀ ରିମେକ୍ । ଏହା ଜଣେ କ୍ରିକେଟର ପିତାଙ୍କ କାହାଣୀ, ଯିଏ ନିଜର ସମ୍ମାନ ହରାଇ 30 ବର୍ଷ ବୟସରେ ଭାରତୀୟ କ୍ରିକେଟ୍ ଦଳରେ ଯୋଗ ଦେଇ କ୍ରିକେଟ୍ ଖେଳିବାକୁ ଫେରିଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୋଥାମ ଚିନ୍ନାନୁରୀ, ଯିଏକି ମୂଳ ଜର୍ସି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ 28 ରେ ରିଲିଜ୍ ହେବାର ଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାର ରିଲିଜ୍ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଫିଲ୍ମଟି ଡିସେମ୍ବର 31 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଶାହିଦ କପୁରଙ୍କ ପିତା ପଙ୍କଜ କାପୁରଙ୍କୁ ତାଙ୍କ ପରାମର୍ଶଦାତା ଓ ଅଭିନେତ୍ରୀ ମୃଣାଲ ଠାକୁର ତାଙ୍କ ପତ୍ନୀ ଭାବରେ ଅଭିନୟ କରିଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
After 'Kabir Singh', Shahid Kapoor used to go to the producer like a beggar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X