ଜୱାନ୍ ପରେ ବକ୍ସଅଫିସରେ ଡଙ୍କି କରିବ ରାଜ୍, ରିଲିଜ୍ ପରେ କରୁଛି ଟ୍ରେଣ୍ତ୍

Dunki Twitter Reviews: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡଙ୍କି' ଡିସେମ୍ବର 21ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚା ଏବଂ କ୍ରେଜ୍ ଦେଖିବା ପାଇଁ ମିଳିଥିଲା । କିଙ୍ଗ୍ ଖାନ ମଧ୍ୟ ସୋସିଆଲ ମିଡିଆରେ ନିଜର ଏହି ଫିଲ୍ମକୁ ଖୁବ୍ ପ୍ରମୋଟ୍ କରିଥିଲେ । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପାଇଁ ସିନେମାର ହଲରେ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା । କିଙ୍ଗ୍ ଖାନଙ୍କ ଫିଲ୍ମ ଦେଖିବା ସହ ଫ୍ୟାନ୍ସ ଜବରଦସ୍ତ ସେଲିବ୍ରେସନ ମଧ୍ୟ କରିଥିଲେ । ପ୍ରଶଂସକ ସୋସିଆଲ ମିଡିଆରେ ଫିଲ୍ମର କ୍ଲିପ୍ ମଧ୍ୟ ପୋଷ୍ଟ କରିଛନ୍ତି ।

ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ପ୍ରଥମ ଦିନ ପ୍ରଥମ ସୋ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମକୁ ସୁପରହିଟ୍ ବୋଲି କହିଛନ୍ତି। ଲୋକମାନେ କହିଛନ୍ତି ଯେ, ଜୱାନ ଫିଲ୍ମ ପରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ପ୍ରଥମ ଦିନରେ 100 କୋଟି ଟଙ୍କାର ବ୍ୟବସାୟ କରିବ । ସିନେପ୍ରେମୀ ସୋସିଆଲ ମିଡିଆରେ ଶାହାରୁଖ, ତାପସୀ ଏବଂ ବିକି କୌଶଲଙ୍କ ଅଭିନୟ ଏବଂ ଭୂମିକା ବିଷୟରେ ବେଶ୍ ଚର୍ଚ୍ଚା ଓ ପ୍ରଶଂସା କରୁଛନ୍ତି । ଟ୍ୱିଟରରେ ଆଜି କିଙ୍ଗ୍ ଖାନଙ୍କ 'ଡଙ୍କି' ଅଛି ଟ୍ରେଣ୍ତରେ ।

Dunki Twitter Reviews

ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ଆଜି 'ଡଙ୍କି' ପାଇଁ ଥିଏଟର୍ ହାଉସ୍ ଫୁଲ୍ । ଫ୍ୟାନ୍ସଙ୍କୁ ମତୁଆଲା କରିଛନ୍ତି ଶାହାରୁଖ । ଏହି ଚଳଚ୍ଚିତ୍ର 1000 କୋଟି ଟଙ୍କା ଆୟ କରିବ । ଆଉ ଜଣେ ୟୁଜର ଟ୍ୱିଟ୍ କରିଛନ୍ତି, ସୁପରହିଟ୍ ଫିଲ୍ମ.... ଶାହାରୁଖ ଖାନଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ ହିଟ୍ ଫିଲ୍ମ । ଶାହାରୁଖ ଖାନଙ୍କ ସହ ଲୋକମାନେ ବିକି କୌଶଲଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

ଅନ୍ୟପଟେ କିଛି ପ୍ରଶଂସକ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ବୋଲି କହିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ରାଜକୁମାର ହିରାନୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ କାହାଣୀକୁ ବହୁତ ଭଲ ଭାବରେ ଉପସ୍ଥାପନ କରନ୍ତି । ଏହା ସର୍ବୋତ୍ତମ ଚଳଚ୍ଚିତ୍ର ' । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଫିଲ୍ମରେ କିଛି ବ୍ୟକ୍ତିଙ୍କର ବିଦେଶ ଯାତ୍ରା କରିବାର କାହାଣୀ ଦେଖିବା ପାଇଁ ମିଳିବ । ଦର୍ଶକଙ୍କୁ ହସେଇବା ସହ କିଛି କିଛି ଦୃଶ୍ୟ ଫ୍ୟାନ୍ସଙ୍କ ଆଖିରେ ଲୁହ ମଧ୍ୟ ଆଣିଦେଇଛି । ଶାହାରୁଖ ଖାନଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ ଏବଂ ବମନ ଇରାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+