‘ହେରା ଫେରି ୩’କୁ ଫେରିବେ ପରେଶ,ବାବୁ ଭେୟା ରାଓ୍ଵଲ କହିଲେ ସବୁ ବିବାଦର ....

'ହେରା ଫେରୀ' ଫିଲ୍ମର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । 'ହେରା ଫେରୀ ୩'ରୁ ବାହାର ହୋଇଥିବା ବରିଷ୍ଠ ଅଭିନେତା ପରେଶ ରାଓ୍ବଲ ପୁଣି ଫିଲ୍ମକୁ ଫେରୁଥିବା ନେଇ ଅଭିନେତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଅକ୍ଷୟ ଓ ପରେଶଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇଯାଇଛି । ଏହା ମଧ୍ୟରେ ଫିଲ୍ମର ପ୍ରଯୋଜକ ଫିରୋଜ ନାଡିୟାଡଓ୍ବାଲାଙ୍କର ବୟାନ ମଧ୍ୟ ସାମ୍ନାକୁ ଆସିଛି । ଯେଉଁମାନଙ୍କ ପାଇଁ ଏହି ବିବାଦର ସମାଧାନ ସମ୍ଭବ ହୋଇଥିଲା, ତାହା ଫିଲ୍ମର ପ୍ରଡ୍ୟୁସର ଫିରୋଜ ଖୁଲାସା କରିଛନ୍ତି ।

ଫିରୋଜ କହିଛନ୍ତି, ମୋ ଭାଇ ସାଜିଦ ନାଡିୟାଡଓ୍ବାଲା ଓ ମିଷ୍ଟର ଅହମଦଙ୍କ ଭଲ ପାଇବା, ସମ୍ମାନ ଓ ମାର୍ଗଦର୍ଶନ କାରଣରୁ 'ହେରା ଫେରୀ' ଫ୍ୟାମିଲି ଏବେ ଏକାଠି ଆସୁଛନ୍ତି । ସବୁକିଛି ଠିକ୍ କରିବା ପାଇଁ ସାଜିଦ ଭାଇ ବହୁ ଦିନ ଧରି ପ୍ରୟାସ କରି ଆସିଥିଲେ । ଆମର ସମ୍ପର୍କ ୫୦ ବର୍ଷରୁ ଅଧିକ ହେବ ।

ଅହମଦ ଖାନ ମଧ୍ୟ ବ୍ୟକ୍ତିଗତ ଭାବେ ବହୁତ ପରିଶ୍ରମ କରିଛନ୍ତି । ସାଜିଦ ଓ ଅହମଦଙ୍କ ପ୍ୟାର ଓ ମାର୍ଗଦର୍ଶନ କାରଣରୁ ହିଁ ଟିମ ଭିତରେ ଏବେ ସବୁକିଛି ପଜିଟିଭ୍ ଓ ପ୍ରଡକ୍ଟିଭ୍ ରହିଛି । ଏହାସହିତ ଅକ୍ଷୟ କୁମାରଙ୍କର ମଧ୍ୟ ବହୁତ ସପୋର୍ଟ ରହିଛି । ପ୍ରିୟଦର୍ଶନୀ, ପରେଶ ରାଓ୍ବାଲ ଓ ସୁନୀଲ ଶେଟ୍ଟୀ ମଧ୍ୟ ବହୁତ ସପୋର୍ଟିଭ ଥିଲେ । ଏବେ ଆମେ ଏକ ବଢ଼ିଆ ଫିଲ୍ମ ତିଆରି କରିବାକୁ ଯାଉଛୁ ।

Hera Pheri 3

ନିକଟରେ ଏକ ସାକ୍ଷାତକାରରେ ପରେଶ ରାଓ୍ଵଲ 'ହେରା ଫେରି ୩' ସଂପର୍କିତ ବିବାଦରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କ କହିବା କଥା ଏହା କୌଣସି ବିବାଦ ନ ଥିଲା। ସେ ଚାହାନ୍ତି ସମସ୍ତେ ଏକାଠି ଆସି ପରିଶ୍ରମ କରନ୍ତୁ। ଆମ ମଧ୍ୟରେ ସବୁ ମାମଲାର ସମାଧାନ ହୋଇ ସାରିଛି। ହିମାଂଶ ମେହତାଙ୍କ ସହ ସାକ୍ଷାତକାରରେ ପରେଶ ରାଓ୍ଵଲ କହିଛନ୍ତି, ଆମ ଭିତରେ କୌଣସି ବିବାଦ ନାହିଁ। ବାସ୍ତବ କଥା ହେଲା, ଯେବେ କୌଣସି ଜିନିଷ ଲୋକଙ୍କର ବହୁତ ପସନ୍ଦ ଆସିଯାଏ ତେବେ ଆମକୁ ଆହୁରି ସାବଧାନ ହେବାର ଆବଶ୍ୟକତା ରହିଛି।

ଦର୍ଶକଙ୍କ ପାଇଁ ଆମର ଦାୟିତ୍ଵ ବଢୁଛି। ସେମାନେ ଆମ ପାଇଁ ବସୁଛନ୍ତି, ଆମକୁ ଭଲ ପାଇବା ଦେଉଛନ୍ତି। ଆପଣ ଏହାକୁ ଅଣଦେଖା କରି ପାରିବେ ନାହିଁ। ଆମକୁ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ମୋର କହିବା କଥା ସମସ୍ତେ ଏକାଠି ଆସି ପରିଶ୍ରମ କରନ୍ତୁ। ମାତ୍ର ଆମ ଭିତରେ କୌଣସି ବିବାଦ ନାହିଁ। ଏବେ ଆମ ଭିତରେ ସବୁ ସମାଧାନ ହୋଇ ସାରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+