କାର୍ ପରେ ଏବେ ସଲମାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
Salman Khan: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ନିକଟରେ ଅଭିନେତା ଏକ ବୁଲେଟପ୍ରୁଫ୍ କାର କିଣିଥିଲେ। ବର୍ତ୍ତମାନ ମୁମ୍ବାଇରେ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତାଙ୍କ ଘରକୁ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ଏବଂ ଇଲେକ୍ଟ୍ରିକ୍ ଫେସିଙ୍ଗ୍ ସହିତ ମଜବୁତ କରାଯାଇଛି ।
ସଲମାନ ଖାନଙ୍କ ଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବା ପାଇଁ ମିଳୁଛି ଅଭିନେତାଙ୍କ ଘର ବାହାରେ ନୀଳ ରଙ୍ଗର ବୁଲେଟପ୍ରୁଫ୍ ଗ୍ଲାସରେ ଲଗିଥିବା ଦେଖିବା ପାଇଁ ମିଳୁଛି । ନିକଟରେ ତାଙ୍କର ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ଅଭିନେତା ଏହି ପଦକ୍ଷେପ ନେଇଥିବା ନେଇ ଚର୍ଚ୍ଚା ହେଉଛି ।

ଭିଡିଓରେ କିଛି ଲୋକ ସଲମାନଙ୍କ ଘର ବାହାରେ ଆପାର୍ଟମେଣ୍ଟକୁ ନୀଳ ରଙ୍ଗର ସିଟ୍ କଭର କରୁଥିବାର ଦେଖିବା ପାଇଁ ମିଳୁଛି । ଜାତୀୟ ଗଣମାଧ୍ୟ ରିପୋର୍ଟ ଅନୁସାର ଏହି ଗ୍ଲାସଗୁଡ଼ିକ ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ୍ । ଯେଉଁଥିପାଇଁ କୌଣସି ବ୍ୟକ୍ତି ଚାହିଁଲେ ମଧ୍ୟ ଆକ୍ରମଣ କରି ପାରିବେ ନାହିଁ ।












Click it and Unblock the Notifications