୩୩ ବର୍ଷ ପରେ ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଅମିତାଭ ବଚ୍ଚନ-ରଜନୀକାନ୍ତ
Entertainment News: ଚଳିତ ବର୍ଷ ମୁକ୍ତିଲାଭ କରିଥିବା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି। ଫିଲ୍ମ 'ଜେଲର' ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା ଏବଂ ଅନେକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା । ଏବେ ସୁରଷ୍ଟାର ରଜନୀକାନ୍ତଙ୍କ ବିଷୟରେ ଆଉ ଏକ ବଡ଼ ଖବର ପ୍ରକାଶ ପାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଜନୀକାନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କ ସହ ଏକାଠି କାମ କରିବାକୁ ଯାଉଛନ୍ତି। 33 ବର୍ଷ ପରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଥାଲାଇଭା ରଜନୀକାନ୍ତଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିପାରେ ।

ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର 170 ତମ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । ତେବେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ପୁଣି ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ତାଙ୍କର ଏହି ଚଳଚ୍ଚିତ୍ରଟି ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ଅଭିନେତା ସୂର୍ଯ୍ୟଙ୍କ 'ଜୟ ଭୀମ' ଚଳଚ୍ଚିତ୍ରର ନିର୍ଦ୍ଦେଶକ ଟିଜେ ଜିଆନଭେଲ ନିର୍ଦ୍ଦେଶନା ଦେବା ନେଇ ଖବର ରହିଛି ।
After 33 years, I am working again with my mentor, the phenomenon, Shri Amitabh Bachchan in the upcoming Lyca’s "Thalaivar 170" directed by T.J Gnanavel. My heart is thumping with joy!@SrBachchan @LycaProductions @tjgnan#Thalaivar170 pic.twitter.com/RwzI7NXK4y
— Rajinikanth (@rajinikanth) October 25, 2023
ସୁପରଷ୍ଟାର ରଜନୀକାନ୍ତ ଅମିତାଭ ବଚ୍ଚନଙ୍କ ସହ କାମ କରି ଖୁସି ବ୍ୟକ୍ତ କରିଛନ୍ତି। ସେ ବିଗ୍ ବି ସହିତ ଏକ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ରଜନୀକାନ୍ତ ଲେଖିଛନ୍ତି ମୁଁ ଖୁବ୍ ଖୁସି ଅଛି ।
ଗୋଚିଏ ଫିଲ୍ମରେ ଦୁଇ ଦୁଇ ଜଣ ସୁପରଷ୍ଚାରଙ୍କ ସହ କାମ କରୁଥିବାରୁ ନିର୍ଦ୍ଦେଶକ ମଧ୍ୟ ବେଶ୍ ଖୁସ ଅଛନ୍ତି । ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରରେ ଜଣେ ଭିଲେନ ଭୂମିକାରେ ନଜର ଆସିବେ । ଯଦି ଏହା ଘଟେ, ତେବେ ଉଭୟ ସୁପରଷ୍ଟାର 33 ବର୍ଷ ପରେ ଏକାଠି କାମ କରିବେ ଏବଂ ସିନେପ୍ରେମୀ ଦୀର୍ଘଦିନ ପରେ ଏହି ଯୋଡିକୁ ଏକାଠି ଦେଖିବାର ମୌକା ପାଇବେ । ରଜନୀକାନ୍ତ ଏବଂ ବିଗ୍ ବି ଶେଷ ଥର ମୁକୁଲ ଏସ ଆନନ୍ଦଙ୍କ ହିନ୍ଦୀ ଚଳଚ୍ଚିତ୍ର 'ହମ୍'ରେ ଏକାଠି କାମ କରିଥିଲେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications