୩୨ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ସଲମାନ ଖାନ
୩୨ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ସଲମାନ ଖାନ
ମୁମ୍ବାଇ: ରିଆଲିଟି ସୋ 'ବିଗ୍ ବସ୍' ର ୧୬ ପାଇଁ ଖୁବ୍ ବିଜି ଅଛନ୍ତି ବଲିଉଡର ଦବଙ୍ଗ ଖାନା । ସୋ'ର 'ୱିକେଣ୍ଡରେ କାଜୋଲ ନିଜ ଆଗାମୀ ଚଳଚ୍ଚିତ୍ର 'Salaam Venky'କୁ ପ୍ରମୋଟ୍ କରିବା ପାଇଁ ପହଁଚିଥିଲେ । ଏହି ସମୟରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରେଭାଥୀ ମଧ୍ୟ ଉପସ୍ଥିତ ଥିଲେ । 'ବିଗ୍ ବସ୍'ର ମଞ୍ଚରେ ସଲମାନ ଏବଂ ରେଭଥୀଙ୍କୁ ଦେଖି ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିଲେ ।

ବର୍ତ୍ତମାନ ସୂଚନା ଅନୁସାରେ, ସଲମାନ ଖାନ ଏବଂ ରେଭାଥୀ ଫିଲ୍ମ 'ଟାଇଗର ୩'ରେ ୩୨ ବର୍ଷ ପରେ ଏକାଠି ବଡ ପରଦାରେ ନଜର ଆସିବେ । ଶେଷଥର ପାଇଁ ଉଭୟ କଳାକାର ୧୯୯୧ ମସିହାରେ 'ଲଭ୍' ଚଳଚ୍ଚିତ୍ରରେ ଏକାଠି ସ୍କ୍ରିନ୍ ସେୟାର କରିଥିଲେ । ଏହି ଚଳଚ୍ଚିତ୍ରର ଗୀତ 'ସାଥିଆ ତୁନେ କ୍ୟାୟା କିୟା' ଗୀତ ଆଜି ଲୋକଙ୍କ ପ୍ଲେ ଲିଷ୍ଟରେ ରହିଛି । ସଲମାନ ଏବଂ ରେଭାଥୀ ନିଜେ 'ବିଗ୍ ବସ୍'ରେ ନିଶ୍ଚିତ କରିଛନ୍ତି ଯେ ଉଭୟ' ଟାଇଗର ୩' ଏକାଠି କାମ କରୁଛନ୍ତି । ହେଲେ ରେଭାଥୀଙ୍କ ଭୂମିକା ଫିଲ୍ମରେ କ'ଣ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।
ସଲମାନ ଖାନଙ୍କ 'ଟାଇଗର ୩ 'ର ନିର୍ଦ୍ଦେଶନା ଦେଉଛନ୍ତି ମନୀଶ ଶର୍ମା। ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାସମୀ ଭିଲେନ୍ ଭୂମିକାରେ ନଜର ଆସିବେ । ଏଥି ସହ ଶାହାରୁଖ ଖାନ ମଧ୍ୟ ଏହି ସିନେମାରେ ଏକ ବିଶେଷ ଭୂମିକାରେ ନଜର ଆସିବେ । 'ଟାଇଗର ୩' ୨୦୨୩ ଇଦି ଅବସରରେ ରଲିଜ ହେବା ନେଇ ସୂଚନା ରହିଛି । ହିନ୍ଦୀ ବ୍ୟତୀତ ଏହା ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।












Click it and Unblock the Notifications