'ଏ ୱତନ ମେରେ ୱତନ୍'ଟ୍ରେଲ ରିଲିଜ୍: ଦେଶକୁ ସ୍ୱାଧିନତା ପାଇଁ ଲଢିଲେ ସାରା ଅଲି ଖାନା !
Ae Watan Mere Watan Trailer Out: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ମାର୍ଚ୍ଚ 2024ରେ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଚଳିତ ମାସରେ ତାଙ୍କର 2 ଟି ଚଳଚ୍ଚିତ୍ର OTT ରେ ରିଲିଜ୍ ହେବା ପାଇଁ ଯାଉଛି । ଆଜି ତାଙ୍କର ଚଳଚ୍ଚିତ୍ର 'Ae Watan Mere Watan'ର ଟ୍ରେଲର ରିଲିଜ୍ ହୋଇଛି । ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ଏହି ଟ୍ରେଲର ।
ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର 'Ae Watan Mere Watan' 1942ର ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ, ଯାହାକି ଭାରତର ସ୍ୱାଧୀନତା ସଂଗ୍ରାମର ଏକ ବିଶେଷ ଏବଂ ଭିନ୍ନ ଦିଗର କାହାଣୀ ଦେଖିବା ପାଇଁ ମିଳିବ । ସାରା ଅଲି ଖାନଙ୍କ ଏହି ଚଳଚ୍ଚିତ୍ର ଚଳିତ ମାସରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।

ସେହିପରି ସଚିନ ଖେଡେକର, ଅଭୟ ଭର୍ମା, ସ୍ପର୍ଶ ଶ୍ରୀବାସ୍ତବ, ଆଲେକ୍ସ ଓ'ନିଲ ଏବଂ ଆନନ୍ଦ ତିୱାରୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ ।
ଫିଲ୍ମ 'Ae Watan Mere Watan' 21 ମାର୍ଚ୍ଚ 2024 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ହିନ୍ଦୀ ବ୍ୟତୀତ ଆପଣ ଏହାକୁ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଭାଷାରେ ମଧ୍ୟ ଦେଖିପାରିବେ । ଏହି ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କୁ ଦେଶ ସ୍ୱାଧିନତା ସମୟର ଝିଲକ ଦେଖିବାର ମୌକା ମିଳିବ ।
ସାରା ଅଲି ଖାନ ଭାରତର ସ୍ୱାଧିନତା ଦେଖିବାର ଥିଲା । ସେଥିପାଇଁ ସେ ଗୁପ୍ତ ଭାବବରେ ଏକ ରେଡିଓ ଷ୍ଟେସନ୍ ଆରମ୍ଭ କରନ୍ତି ଏବଂ ଏହି ରେଡିଓ ଷ୍ଟେସନ୍ ପରବର୍ତ୍ତି ସମୟପେ ଭାରତ ଛଡା ଆନ୍ଦୋଳନର ସବୁଠାରୁ ବଡ ଉତ୍ସ ଭାବେ ପ୍ରମାଣିତ ହୋଇଥିଲା । ଏହି ସିନେମାରେ ଦେଶର ଯୁବକମାନଙ୍କ ସାହସ, ସେମାନଙ୍କର ବଳିଦାନ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ଅସୁବିଧାର ବିଷୟରେ ମଧ୍ୟ ଦେଖିବା ପାଇଁ ମିଳିବ ।












Click it and Unblock the Notifications