Get Updates
Get notified of breaking news, exclusive insights, and must-see stories!

ଫିଲ୍ମ 'ଲାଇଗର'କୁ ବୟକଟ୍ ଆହ୍ୱାନ, ଚିନ୍ତାରେ ବିଜୟ ଦେବରକୋଣ୍ଡା

Liger: Adverse Reactions After Vijay Deverakonda Supports Aamir Khan’s Laal Singh Chaddha " Boycott Liger" Trends ଫିଲ୍ମ 'ଲାଇଗର'କୁ ବୟକଟ୍ ଆହ୍ୱାନ, ଚିନ୍ତାରେ ବିଜୟ ଦେବରକୋଣ୍ଡା ,ଫିଲ୍ମ 'ଲାଇଗର'କୁ ବୟକଟ୍ ଆହ୍ୱାନ ,

ମୁମ୍ବାଇ: ଆମୀରଙ୍କୁ ଓ ତାଙ୍କ ଫିଲ୍ମ 'ଲାଲ୍ ସିଂ ଚଢା'କୁ ସପୋର୍ଟ କରି ଅଡୁଆରେ ବିଜୟ ଦେବରକୋଣ୍ତା । ବଲିଉଡ ସୁପରଷ୍ଟାର ଅମିର ,ଅକ୍ଷୟ,ସଲମାନ, ଶାହାରୁଖଙ୍କ ପରେ ଏବେ ସମାଲୋଚନାର ଶିକାର ହୋଇଛନ୍ତି ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ତା । ତାଙ୍କ ଆସନ୍ତା ଫିଲ୍ମ 'ଲାଇଗର୍'କୁ ବୟକଟ୍ କରିବା ପାଇଁ ଦାବି କରୁଛନ୍ତି ଅନେକ ଲୋକ । ସୋଶାଲ ମିଡିଆରେ ଟ୍ରେଣ୍ଡ୍ ହେଉଛି #BoycottLigerMovie ।

ନିକଟରେ ବିଜୟ ଦେବରକୋଣ୍ତା ଏକ ସାକ୍ଷାତକାରରେ ବଲିଉଡ ଫିଲ୍ମକୁ ନେଇ ଆରମ୍ଭ ହୋଇଥିଲା ବୟକଟ୍ ଟ୍ରେଣ୍ତ ବିଷୟରେ ନିଜ ମତ ରଖିଥିଲେ । ଆଲୋଚନା ବେଳେ ବିଜୟ ଆମିର ଖାନଙ୍କୁ ସପୋର୍ଟ କରିଥିଲେ । ଫିଲ୍ମ 'ଲାଲ୍ ସିଂହ ଚଢା'କୁ ବୟକଟ୍ କରିବା ଦ୍ୱାରା ଏହାର ପ୍ରଭାବ କେବଳ ଆମିରଙ୍କ ଉପରେ ନୁହେଁ ବରଂ ଅନେକ ପରିବାରର ରୋଜଗାର ଉପରେ ପଡ଼ିଛି ବୋଲି କହିଥିଲେ ବିଜୟ । ଟ୍ରୋଲର୍ସଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ଅଭିନେତା । 'ଲାଲ ସିଂ ଚଢା' ବୟକଟକୁ ନେଇ ବିଜୟ କହିଛନ୍ତି, କେବଳ ଗୋଟିଏ ଫିଲ୍ମ ସେଟକୁ ନେଇ ଚିନ୍ତା କରନ୍ତୁ, ସେଥିରେ ଅଭିନେତା, ନିର୍ଦ୍ଦେଶକ ଏବଂ ଅଭିନେତ୍ରୀମାନଙ୍କ ଛଡ଼ା ଆହୁରି ୨୦୦-୩୦୦ କଳାକାର ମଧ୍ୟ କାମ କରୁଛନ୍ତି' ,ଗୋଟିଏ ଫିଲ୍ମରେ ଅନେକ ଲୋକଙ୍କ ପରିଶ୍ରମ ଲାଗିଥାଏ ଓ ଫିଲ୍ମର ସଫଳତା ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଥାଏ । 'ଲାଲ ସିଂ ଚଢା' ବୟକଟ୍ କରିବା ଦ୍ୱାରା କେବଳ ଆମିର ଖାନ ହିଁ ନୁହଁନ୍ତି ତାଙ୍କ ସହ ହଜାର ହଜାର ପରିବାର ମଧ୍ୟ ପ୍ରଭାବିତ ହୋଇଛନ୍ତି ବୋଲି
କହିଥିଲେ ଅଭିନେତା ବିଜୟ ।

LIGER

ଅଭିନେତାଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକରା ହେବା ପାଇଁ ପଡୁଛି । ଏମିତିକି ଏହାକୁ ନେଇ ସୋଶାଲ୍ ମିଡିଆରେ ୟୁଜର୍ସ ବିଜୟ ଦେବରକୋଣ୍ଡାଙ୍କ ଗାଳି ଦେବା ପାଇଁ ମଧ୍ୟ ପଛାଉ ନାହଁନ୍ତି । ଏହାସହ ସେମାନେ ଦେବରକୋଣ୍ଡାଙ୍କ ଅପ୍‌କମିଂ ଫିଲ୍ମ 'ଲାଇଗର'କୁ ବୟକଟ୍ କରିବାକୁ ଆହ୍ୱାନ ଦେଉଛନ୍ତି । ଫଳରେ ଟ୍ୱିଟରରେ #BoycottLigerMovie ଟ୍ରେଣ୍ଡ୍ କରୁଛି । ଆସନ୍ତା ଅଗଷ୍ଟ ୨୫ ତାରିଖରେ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ 'ଲାଇଗର' ବଡ଼ ପରଦାରେ ରିଲିଜ୍ ହେବା ପାଇଁ ଯାଉଛି । ଏହି ଫିଲ୍ମରେ ତାଙ୍କ ଅପୋସିଟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ । ଏବେ ଦେଖିବା ବାକି ରହିଲା ବୟକଟ୍ ଟ୍ରେଣ୍ଡର ପ୍ରଭାବ ଫିଲ୍ମ ଉପରେ ପଡୁଛି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+